ନିର୍ଦ୍ଦୟ ପାଲଟିଲା ବାପା : ପାଠ ନପଢିବାରରୁ ୫ ବର୍ଷର ପୁଅକୁ ଚେଙ୍କ

Advertisment
ନିର୍ଦ୍ଦୟ ପାଲଟିଲା ବାପା : ପାଠ ନପଢିବାରରୁ ୫ ବର୍ଷର ପୁଅକୁ ଚେଙ୍କ

କନକ ବ୍ୟୁରୋ : ପାଲଟିଲା ବାପା । ପାଠ ନପଢିବାରୁ ୫ ବର୍ଷର ପୁଅକୁ ଚେଙ୍କ ଦେଇଛି ବାପା । ଗୁରୁତର ଅବସ୍ଥାରେ ପିଲାଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀର ଧଉଳି ସୁନ୍ଦର ଗାଁ ଅଂଚଳରେ ।

ପୁଅ ଶୁଭଙ୍କରକୁ ଏଭଳି ଅମାନବୀୟ ଭାବେ ଚେଙ୍କ ଦେଇଛି ବାପା । ମା'ଙ୍କ ଅଭିଯୋଗ ଅନୁଯାୟୀ ବାପାକୁ ପୁଲିସ ଅଟକ ରଖିଥିବା ଜଣାପଡିଛି । ତେବେ ମାଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ବାପା ଅନେକ ସମୟରେ ଏହିଭଳି ବାଡେଇ ଥାନ୍ତି । ଏହା ସହିତ ପଡୋଶୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ମଦ୍ୟପାନ କରନ୍ତି ଏବଂ ଗତକାଲି ରାତିରେ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କିଛି ଦିନ ତଳେ ଯାଜପୁରରେ ଜଣେ ବାପା ତାଙ୍କ ନବଜାତ ଝିଅକୁ ଖତ ଗଦାରେ ପୋତି ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡନା ସୃଷ୍ଟି ହୋଇଥିଲା । ଏହା ଭିତରେ ଆଜିର ଏହି ଘଟଣା ପୁଣି ଥରେ ମାନବିକତା ନେଇ ଉଠିଛି ପ୍ରଶ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe