ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡାରେ ଏଭଳି ଏକ ନବଜାତ ଶିଶୁ ଜନ୍ମ ନେଇଛି ଯାହାକୁ ଦେଖିବା ପାଇଁ ମେଡିକାଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହସ୍ପିଟାଲ୍ ର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଆଖପାଖରେ ଥିବା ଲୋକମାନେ ଶିଶୁଟିକୁ ଦେଖିବା ପାଇଁ ହସ୍ପିଟାଲରେ ଗହଳି ଲଗାଇବାରୁ ଡାକ୍ଟର ବାଧ୍ୟ ହୋଇ ନବଜାତକୁ ମାତାପିତାଙ୍କ ସହ ଘରକୁ ପଠାଇ ଦେଇଥିଲେ ।
ଗ୍ରେଟର୍ ନୋଏଡାର ଦନକୋର ସ୍ଥିତ ପ୍ରାଇମେରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ମହିଳା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ପଶୁଙ୍କ ଭଳି ଶିଶୁଟିର ପଛପଟେ ଲାଞ୍ଜ ବାହାରିଥିଲା ଯାହାକୁ ଦେଖି ଖାଲି ଡାକ୍ତର ନୁହଁ ପରିଜନ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ଏହି କଥା ଯେତେବେଳେ ହସ୍ପିଟାଲରେ ସମସ୍ତଙ୍କ କାନକୁ ଗଲା କାମଦାମ ଛାଡି ସବୁ ପିଲାଟିକୁ ଦେଖିବା ପାଇଁ ପହଁଚିଗଲେ । ଲାଞ୍ଜ ବାହାରିଥିବା ଏହି ପିଲାଟିକୁ ସବୁ ଲୋକ ଆଶ୍ଚର୍ଯ୍ୟ ଭଳି ଚାହୁଁଥିଲେ । ତେବେ ଏନେଇ ଡାକ୍ତର କୁହନ୍ତି , କଞ୍ଜେନାଇଟଲ୍ ନର୍ମାଲିଟି କାରଣରୁ ଏଭଳି ହୋଇଛି ଯାହା କେବଳ ୧ କିମ୍ବା ୨ ପ୍ରତିଶତ ଶିଶୁଙ୍କ ମଧ୍ୟରେ ଦେଖାଯାଏ । ଯେଉଁ କାରଣରୁ ଚୁଟି ଅଧିକ ହେବା ସହ କାନରେ ଅସୁବିଧା ଦେଖାଯାଏ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗରେ ମଧ୍ୟ ଅଦ୍ଭୁଦ ପ୍ରତିକ୍ରିୟା ସବୁ ଦେଖାଯାଏ । ତେବେ ବର୍ତ୍ତମାନ ଶିଶୁ ଏବଂ ମା’ ଦୁହେଁ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ଏହା ଏକପ୍ରକାରର ସେକୋକୋକିଗଲ୍ ଟେରାଟୋମା ପ୍ରୋଭିଜନାଲ୍ ଡାଇଗ୍ରୋସିସ୍ ହୋଇଥାଏ ଯାହା ୧ କିମ୍ବା ୨ ପ୍ରତିଶତ ଶିଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଏଥିରେ ସ୍ୱାସ୍ଥ୍ୟ ଉପରେ କୌଣସି ଅସୁବିଧା ଦେଖାଯାଏ ନାହିଁ । ଖୁବଶୀଘ୍ର ଶିଶୁଟିକୁ ହସ୍ପିଟାଲକୁ ଆଣିବା ପରେ ଏମଆରଆଇ କରି ଏହି ମାଂସ ଟୁକୁଡାକୁ ଅଲଗା କରି ଦିଆଯିବ । ତେବେ ଏଭଳି ହେବା ଦ୍ୱାରା ଶିଶୁଟିର ସ୍ୱାସ୍ଥ୍ୟ ଏବଂ ଜୀବନ ଉପରେ କୌଣସି ପ୍ରଭାବ ପଡିିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/noida-840x473.jpg)
/kanak/media/post_attachments/wp-content/uploads/2019/09/child-bornwith-tail-1569400686-lb-300x172.jpg)