ଉଡନ୍ତା ବିମାନରେ ପିଲା ଜନ୍ମ ହେଲେ ପ୍ରମାଣପତ୍ରରେ ଜନ୍ମସ୍ଥାନ କଣ ରହିବ? ଜାଣନ୍ତୁ...

Advertisment
ଉଡନ୍ତା ବିମାନରେ ପିଲା ଜନ୍ମ ହେଲେ ପ୍ରମାଣପତ୍ରରେ ଜନ୍ମସ୍ଥାନ କଣ ରହିବ? ଜାଣନ୍ତୁ...

କନକ ବ୍ୟୁରୋ : ଉଡନ୍ତା ବିମାନରେ ଯଦି ପିଲା ଜନ୍ମ ହୁଏ ତାହେଲେ ସେହି ପିଲାର ନାଗରିକତା କଣ ହେବ । ଏହାକୁ ନେଇ ଅନେକ ସମୟରେ ଦ୍ୱନ୍ଦ ଦେଖାଯାଇଥାଏ । ଏଇ ଯେମିତି ନିକଟରେ ଲଣ୍ଡନରୁ କୋଚି ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଏକ ପିଲା ଜନ୍ମ ହୋଇଥିଲା । ଏହାପରେ ଲୋକ ପ୍ରଶ୍ନ କରିବା ଆରମ୍ଭ କରିଦେଲେ ଯେ ଏହି ପିଲାର ନାଗରିକତା କେଉଁ ଦେଶର ହେବ । କିନ୍ତୁ ଆମେ ଏଇଠି କହିରଖୁଛୁ ଯେ ଭାରତରେ ୭ମାସ ବା ତାଠୁ ଅଧିକ ଗର୍ଭବତୀ ମହିଳାଙ୍କୁ ବିମାନ ଯାତ୍ରା କରିବାର ଅନୁମତି ନାହିଁ,କିନ୍ତୁ କିଛିଟା ଜରୁରୀ କ୍ଷେତ୍ରରେ ଅନୁମତି ମିଳିଥାଏ ।
ଭାତରରୁ ଆମେରିକାକୁ ଯାତ୍ରା କରୁଥିବା ବିମାନରେ ଯଦି କୌଣସି ମହିଳା ପିଲା ଜନ୍ମ କରନ୍ତି ତାହେଲେ ପିଲାର ଜନ୍ମ ପ୍ରମାଣପତ୍ରରେ ଜନ୍ମସ୍ଥାନ କଣ ହେବ । ଏବଂ ତାର ନାଗରିକତା କଣ ହେବ । ଏହା ସବୁଠୁ ବଡ ପ୍ରଶ୍ନ । ଏଭଳି ସ୍ଥିତିରେ ଦେଖିବାକୁ ପଡିବ ଯେ ପିଲା ଜନ୍ମ ହେବା ସମୟରେ ବିମାନ କେଉଁ ଦେଶର ସୀମା ଉପରେ ଉଡୁଛି । ବିମାନ ଲ୍ୟାଣ୍ଡ କରିବା ପରେ ପିଲାର ଜନ୍ମ ପ୍ରମାଣପତ୍ର ସହ ଜଡିତ ଦସ୍ତବିଜ ସେହି ଦେଶର ଏୟାରପୋର୍ଟ ଅଥରିଟିଙ୍କଠୁ ପ୍ରାପ୍ତ କରାଯାଇପାରିବ । ଏସବୁ ଭିତରେ ବି ପିଲାକୁ ତାର ମାତାପିତାଙ୍କ ରାଷ୍ଟ୍ରିୟତା ହାସଲ କରିବାର ଅଧିକାର ଅଛି ।
ଏଠାରେ ଆଉ ଏକ ଉଦାହରଣ ଦେଇ ରଖୁଛି ଯେ ଯଦି ପାକିସ୍ତାନରୁ ଆମେରିକା ଯାଉଥିବା ବିମାନ ଭାରତ ସୀମା ଦେଇ ଉଡାଣ ଭରୁଥାଏ ଆଉ ଠିକ ଏହି ସମୟରେ ବିମାନରେ ପିଲା ଜନ୍ମ ହୁଏ ତାହେଲେ ପିଲାର ଜନ୍ମସ୍ଥାନକୁ ଭାରତ ବୋଲି କୁହାଯିବ । ଆଉ ସେହି ପିଲାକୁ ନାଗରିକତା ମିଳିପାରିବ । ପିଲାଟିର ମାତାପିତାଙ୍କ ନାଗରିକତା ଯାହା ଥିବ ସେହି ନାଗରିକତା ସହ ଭାରତର ନାଗରିକତା ମିଳିପାରିବ । କିନ୍ତୁ ଭାରତରେ ଦୁଇଟି ନାଗରିକତା ନେଇ କୌଣସି ବ୍ୟବସ୍ଥା ନାହିଁ । କିଛି ଦିନ ପୂର୍ବରୁ ଆମେରିକାରୁ ଏହିଭରି ଏକ ମାମଲା ସାମ୍ନାକୁ ଆସିଥିଲା । ଆମଷ୍ଟର୍ମଡର୍ମରୁ ଆମେରିକାକୁ ଏକ ବିମାନ ଉଡାଣ ଭରିଥିଲା । ଯେତେବେଳେ ବିମାନଟି ଆଟଲାଂଟଟିକ ମହାସାଗରରେ ପହଁଚିଲା ସେତେବେଳେ ହଠାତ ଜଣେ ମହିଳାଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା ।ଏହାପରେ ସେ ଏକ ଶିଶୁ ଜନ୍ମ ଦେଇଥିଲେ ।ଶିଶୁଟିର ଜନ୍ମ ୟୁଏସ ସୀମାରେ ହୋଇଥିଲା । ତେଣୁ ଶିଶୁଟିକୁ ୟୁଏସ ଓ ନେଦରଲାଣ୍ଡ ଦୁଇଟି ଦେଶର ନାଗରିକତା ମିଳିଗଲା । ତେବେ ଏହାକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe