ଏଭଳି ଏକ ରୋଗ ଯେଉଁଥିରେ ଶିଶୁ ଦେଖାଯାନ୍ତି ବୃଦ୍ଧ ! କ’ଣ ଏହି ରୋଗ ଆସନ୍ତୁ ଜାଣିବା । 

1,066

ଏହି ରୋଗର ନାଁ ‘ପ୍ରୋଗେରିଆ’ । ଏକ ଜିନଗତ ଭୟଙ୍କର ଶାରୀରିକ ବିଶୃଙ୍ଖଳା । ଏହି ରୋଗରେ ଆକ୍ରାନ୍ତ ଶିଶୁକୁ ଅକାଳରେ ବାର୍ଦ୍ଧକ୍ୟ ମାଡିବସେ । ଏହା ସାଧାରଣତଃ କ୍ୱଚିତ ଦେଖାଯାଇଥାଏ ।

 

ଆକଳନ ଅନୁସାରେ , ପ୍ରତି ୮୦ ଲକ୍ଷ ଜନ୍ମିତ ଶିଶୁ ମଧ୍ୟରୁ ଗୋଟିଏ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥାଏ । ପିଲାଟି ଦିନରୁ ଶିଶୁଟିକୁ ଏଥି ଯୋଗୁଁ ବାର୍ଦ୍ଧକ୍ୟ ଚାଲିଆସେ । ତା’ର ବୁଦ୍ଧି, କାର୍ୟ୍ୟକଳାପ ସବୁ ମଧ୍ୟ ବୟସ୍କଙ୍କ ଭଳି ହୋଇଯାଏ । ଏମାନେ ସାଧାରଣତଃ ଜନ୍ମରୁ ୧୩ବର୍ଷ ପର୍ୟ୍ୟନ୍ତ ବଂଚିଥାନ୍ତି । ଏହି ସମୟ ମଧ୍ୟରେ ସେମାନଙ୍କ ମସ୍ତିଷ୍କ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗରେ ପକ୍ଷାଘାତ ହୋଇ ମୃତ୍ୟୁ ଘଟିଥାଏ । କେତେକ ପ୍ରୋଗେରିଆ ଆକ୍ରାନ୍ତ ବାଳକ ୨୦ ବର୍ଷ ଓ ଅତି ବେଶିରେ ୪୦ ବର୍ଷ ଯାଏ ଜୀବିତ ରହିଥାନ୍ତି । ଏହା ଜିନଗତ ଥିବାବେଳେ ସାଧାରଣ ଭାବେ ବଂଶାନୁକ୍ରମିକ ନୁହେଁ । ଜଣେ ପ୍ରୋଗେରିଆ ପିତାଠାରୁ ତା ଭଳି ଶିଶୁ ଜନ୍ମ ମଧ୍ୟ ହୋଇନପାରେ ବୋଲି ବିଶେଷଜ୍ଞଙ୍କ ମତ ।

 

୧୮୮୬ରେ ଜୋନାଥାନ ହଟଚିନସନଙ୍କ ଦ୍ୱାରା ପ୍ରଥମେ ଏହି ରୋଗ ଆବିଷ୍କାର କରାଯାଇଥିଲା । ପରେ ୧୮୯୭ରେ ହାଷ୍ଟିଙ୍ଗ ଗିଲଫୋର୍ଡ ଏହାର ଏପରି ନାମକରଣ କରିଥିଲେ । ଜଣେ ପ୍ରୋଗେରିଆ ଶିଶୁ ଜୀବନସଂଗ୍ରାମକୁ ଚଳଚ୍ଚିତ୍ର ‘ପା’ରେ କାହାଣୀ ଭାବେ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି ।