ହସ୍ପିଟାଲରୁ ଶିଶୁ ପୁତ୍ର ଅପହରଣ ଅଭିଯୋଗ । ସୋର ପୋଲିସର ତନାଘନା ।

96

କନକ ବ୍ୟୁରୋ: ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ୧ ବର୍ଷର ଶିଶୁପୁତ୍ରକୁ ଅପହରଣ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ସୋର ପୌରପାଳିକା ଅନ୍ତର୍ଗତ ଢିପାସାହି ଗ୍ରାମର ପ୍ରତିମା ମୁର୍ମୁ ତାଙ୍କର ୧ ବର୍ଷର ଶିଶୁପୁତ୍ର ଏବଂ ତାଙ୍କ ଭଉଣୀଙ୍କୁ ନେଇ ଜଣେ ଓକିଲଙ୍କ ସହିତ ଡାକ୍ତରଖାନାକୁ ତାଙ୍କ ବଡ଼ ମାଆଙ୍କ ମୃତ୍ୟୁ ସାର୍ଟିଫିକେଟ ଆଣିବାକୁ ଯାଇଥିଲେ । ଡାକ୍ତରଖାନାରେ ପହଞ୍ଚିିବା ପରେ ଓକିଲ ଜଣଙ୍କ ତାଙ୍କ ଶିଶୁପୁତ୍ରକୁ ଜଣେ ମହିଳାଙ୍କୁ ଧରିବାକୁ ଦେବା ପାଇଁ କହିଥିଲେ । ଏଥିରେ ପ୍ରତିମା ରାଜି ନ ହେବାରୁ ଓକିଲ ଜଣଙ୍କ ତାଙ୍କୁ ଦେବା ପାଇଁ ବାଧ୍ୟ ହୋଇଥିଲେ । ଫଳରେ ପ୍ରତିମା ଶିଶୁପୁତ୍ରଙ୍କୁ ମହିଳା ଜଣଙ୍କୁ ଦେଇ ଓକିଲଙ୍କ ସହ ଡାକ୍ତରଖାନାର ଉପର ମହଲାକୁ ସାର୍ଟିଫିକେଟ ଆଣିବାକୁ ଚାଲି ଯାଇଥିଲେ । ସେଠାରୁ ଫେରିବା ପରେ ପ୍ରତିମା ଶିଶୁପୁତ୍ର ସହ ଉକ୍ତ ମହିଳାଙ୍କୁ ସେଠାରେ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।