ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଶ୍ରୀଲଙ୍କାରୁ ଆସିଲା ଶିଶୁ ଅପହରଣ ଘଟଣା: ଛୋଟ ପିଲାଙ୍କୁ ଅପହରଣ କରି ବିଦେଶରେ ବିକି ଦେଉଛନ୍ତି ଦଲାଲ

Advertisment
ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଶ୍ରୀଲଙ୍କାରୁ ଆସିଲା ଶିଶୁ ଅପହରଣ ଘଟଣା: ଛୋଟ ପିଲାଙ୍କୁ ଅପହରଣ କରି ବିଦେଶରେ ବିକି ଦେଉଛନ୍ତି ଦଲାଲ

କନକ ବ୍ୟୁରୋ: ଶ୍ରୀଲଙ୍କାରୁ ଆସିଛି ଚିନ୍ତାଜନକ ଖବର । ଶ୍ରୀଲଙ୍କାରୁ ତାମିଲନାଡୁ ରାମେଶ୍ୱରମରେ ପହଁଚିଥିବା ଜଣେ ମହିଳା ସେଠାକାର ଭୟାନକ ସ୍ଥିତି ବଖାଣିଛନ୍ତି । ଶ୍ରୀଲଙ୍କାବାସୀ ଶଶିକଳା ଓ ୧୯ଜଣ ଲୋକ ବେନିୟମ ଭାବେ ରାମେଶ୍ୱରମରେ ପହଁଚିବା ପରେ ସେମାନଙ୍କୁ ହାଜତକୁ ନେଇ ପୁଲିସ ପଚରାଉଚରା କରିଥିଲା । ଏହି ସମୟରେ ଚାଚଂଲ୍ୟକର ଖୁଲ୍ଲାସା କରିଛନ୍ତି ଶଶିକଳା । ଶ୍ରୀଲଙ୍କାରେ ସ୍ଥିତି ଏଭଳି ହୋଇଛି କି କୁନି କୁନି ପିଲାଙ୍କୁ ଅପହରଣ କରି ବିଦେଶରେ ବିକ୍ରି କରାଯାଉଛି । ଦିନ ରାତି ଧଳା ଭ୍ୟାନ ବୁଲୁଛି ଓ ପିଲାଙ୍କୁ ଅପହରଣ କରାଯାଉଥିବା ସେ କହିଛନ୍ତି । ଏଭଳି ସ୍ଥିତିରେ ଭୟଭୀତ ହୋଇ ସେ ନିଜ ପରିବାର ସହ ଭାରତ ପଳାଇ ଆସିଥିବା କହିଛନ୍ତି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବର୍ତମାନ ସିଲିଣ୍ଡର ଦାମ ୪ହଜାର ୨ଶହ ଟଙ୍କା ହୋଇଥିବାବେଳେ ଚାଉଳ କେଜିକୁ ୫ଶହ ଟଙ୍କା ଓ ଗହମ ଦାମ କିଲୋକୁ ୨ଶହ ଟଙ୍କାରେ ପହଁଚିଛି ।

ସେହିପରି ଜିନି କେଜି ୩ଶହ ଟଙ୍ା, ନଡିଆ ତେଲ ୯ଶହ ଟଙ୍କା, ଅଣ୍ଡା ଗୋଟେକୁ ୩୦ଟଙ୍କା, ଏକ କେଜି ଅମୁଲ ପାଉଡର ଦାମ ୨ହଜାର ଟଙ୍କା, ପ୍ୟାକେକଟ ବିସ୍କୁଟ ଦାମ ୧୩୦ଟଙ୍କାରେ ପହଁଚିବା ଯୋଗୁଁ ଏଗୁଡିକ କ୍ରୟ କରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ସେହପରି ୩ଦିନ ଧାଡିରେ ଛିଡା ହେଲେ ମିଳୁଛି ୫ଲିଟର କିରୋସିନ । ସେପଟେ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ମିଳିବନି ବୋଲି ସରକାର ଘୋଷଣା କରିସାରିଛନ୍ତି । ମେ ମାସରେ ଏଠାରେ ମୁଦ୍ରାସ୍ପିତି ୩୯,୦୧ ପ୍ରତିଶତ ଥିବାବେଳେ ଜୁନରେ ଏହା ୫୬,୬ ପ୍ରତିଶତରେ ପହଁଚିଛି । ଅନେକ ଦିନ ହେଲା ସାଂଘାତିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ସେଠାକାର ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଛି । ଦରଦାମ ବୃଦ୍ଧି,ବେକାରୀ ଓ ଇନ୍ଧନ ଅଭାବ ଭଳି ଅନେକ ସମସ୍ୟା ଦେଇ କଲବଲ ହେଉଛନ୍ତି ଜନତା । ସ୍ଥିତି ଏଭଳି ହେଲାଣି କି ଦୁଇ ଓଳି ଖାଦ୍ୟ ମିଳିବା ବି କଷ୍ଟକର ହୋଇପଡିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe