ବିନା ଅନୁମତିରେ ପ୍ରବାସୀ ଓଡିଆଙ୍କ ବସକୁ ଓଡିଶା ସୀମାରେ ପ୍ରବେଶ ନକରାଇବାକୁ ସରକାରଙ୍କ ନିର୍ଦ୍ଦେଶ । ବସରେ ଭିଡ ଥିଲେ ବି ପ୍ରବେଶ ମନା, ଅନ୍ୟ ରୁଟରେ ଆସିଲେ ସିଜ୍ ହେବ ବସ୍

Advertisment
ବିନା ଅନୁମତିରେ ପ୍ରବାସୀ ଓଡିଆଙ୍କ ବସକୁ ଓଡିଶା ସୀମାରେ ପ୍ରବେଶ ନକରାଇବାକୁ ସରକାରଙ୍କ ନିର୍ଦ୍ଦେଶ । ବସରେ ଭିଡ ଥିଲେ ବି ପ୍ରବେଶ ମନା, ଅନ୍ୟ ରୁଟରେ ଆସିଲେ ସିଜ୍ ହେବ ବସ୍

କନକ ବ୍ୟୁରୋ: ବିନା ପାସରେ ଓଡିଶା ମନା । ବିନା ଅନୁମତିରେ ରାଜ୍ୟ ବାହାରୁ ଆସୁଥିବା ବସକୁ ଓଡିଶା ସୀମାରେ ପୁରାଇ ଦିଆଯିବ ନାହିଁ । ଏପରିକି ଅନ୍ୟ ରୁଟରେ ଆସିଲେ ବସକୁ ସିଜ୍ କରାଯିବା ସହ ବସରେ ଆସିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଦିଆଯିବା ବୋଲି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁ ବସଗୁଡିକୁ ପାସ୍ ମିଳିଛି ମାତ୍ର ଓଭର ଲୋଡିଂ ରହିଛି ଅର୍ଥାତ୍ ୫୦ ଜାଗାରେ ୬୦ ଜଣ ଲୋକଙ୍କୁ ନେଇ ଯଦି କୌଣସି ବସ୍ ଆସିବ ତେବେ ଏଭଳି ବସକୁ ଓଡିଶା ସୀମାରେ ପୁରାଇ ଦିଆଯିବ ନାହିଁ ଏବଂ ବସରେ ଆସୁଥିବା ପ୍ରବାସୀ ଓଡିଆଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡିବ ବୋଲି କଡା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସୀମାନ୍ତରେ ସଡ଼କ ପାଇଁ ଯେଉଁ ଚେକ୍‌ ପଏଣ୍ଟ୍‌ ବିଭିନ୍ନ ପ୍ରକାର ଯାଞ୍ଚ୍ ବ୍ୟବସ୍ଥା କରାଯାଇଛି। ଆଗତ ପ୍ରବାସୀମାନେ ପୂର୍ବରୁ ପଞ୍ଜିକରଣ କରିଥିବେ ଏବଂ ସେମାନେ ଯେଉଁ ଗାଡ଼ିରେ ଆସୁଛନ୍ତି ତା’ର ବିସ୍ତୃତ ବିବରଣୀ ଦେବା ଉଚିତ। କନ୍ତୁ, କେତେକ ପ୍ରବାସୀ ପ୍ରଶାସନ ନିର୍ଦ୍ଧାରିତ ରାସ୍ତାରେ ନ ଆସି ଅନ୍ୟ ରାସ୍ତାରେ ଆସୁଛନ୍ତି। ନିର୍ଦ୍ଧାରିତ ରୁଟ୍‌ରେ ନ ଗଲେ ଆସୁଥିବା ଗାଡ଼ି ଜବତ କରାଯିବ ଓ କ୍ବାରେଣ୍ଟିନ୍ ଅବଧି ବଢ଼ାଯିବ। କ୍ବାରେଣ୍ଟିନ୍‌ ଉଲ୍ଲଂଘନକାରୀ ସମସ୍ତଙ୍କୁ ବିପଦ୍‌ରେ ପକାଉଛନ୍ତି। ଇନ୍‌ସେନ୍‌ଟିଭ୍ ଦିଆଯିବ ନାହିଁ। ନିଜ ଜିଲ୍ଲା ବାହାରେ କ୍ବାରେଣ୍ଟିନ୍ ଅବଧି ବଢ଼ାଇ ରଖାଯିବ। ଗିରଫ ମଧ୍ୟ କରାଯିବ।

ବସ୍‌ ପାସ୍ ନ ନେଇ ଆସିଥିବା ପ୍ରବାସୀମାନଙ୍କୁ ଛଡ଼ାଯିବ ନାହିଁ। ନିର୍ଦ୍ଧାରିତ ସଂଖ୍ୟା ଠାରୁ କୌଣସି ଯାନରେ ଆସିଥିବା ବ୍ୟକ୍ତସମାନଙ୍କୁ ରାଜ୍ୟ ମଧ୍ୟକୁ ଛଡ଼ାଯିବ ନାହିଁ। ଯେଉଁମାନେ ପାସ୍‌ ନ ନେଇ ଚାଲି ଆସିଛନ୍ତି ସେମାନଙ୍କୁ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe