ନବରଙ୍ଗପୁର ଓ ଜୟପୁର ଗଲେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ : ୨ ଜିଲ୍ଲାରେ କୋଭିଡ ସ୍ଥିତିର କଲେ ସମୀକ୍ଷା

115

କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ନଗରଙ୍ଗପୁର ଓ ଜୟପୁର ଗସ୍ତ । ଏକ ସ୍ୱତନ୍ତ୍ର ହେଲିପକ୍ଟରରେ ପ୍ରଥମେ ମବରଙ୍ଗପୁର ଗସ୍ତ କରିଛନ୍ତି ରାଜ୍ୟ ଶାସନର ଏହି ଦୁଇ ପ୍ରମୁଖ ଅଧିକାରୀ । ଜିଲ୍ଲାରେ କରୋନା ସ୍ଥିତିନେଇ ସର୍କିଟ ହାଉସରେ ଏକ ବୈଠକ କରିଛନ୍ତି । ଏଠାରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଏସପି ପହଲ୍ଲାଦ ସାହାଇ ମିନା ଏବଂ ନବରଙ୍ଗପୁର ସିଡିଏମଓ ଶୋଭାରାଣୀ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ପରେ ନଗରଙ୍ଗପୁର କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରଖିଥିଲେ ।

ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବାବେଳେ ହସ୍ପିଟାଲରେ ସ୍ୱାସ୍ଥ୍ୟସେବାକୁ ନେଇ ରୋଗୀ ସନ୍ତୁଷ୍ଟ ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଜିଲ୍ଲାରେ ଖୁବଶୀଘ୍ର ୬ଶହ ନମୁନା ପରୀକ୍ଷା କରିବା ସହ ଦୁଇମାସ ଭିତରେ ଅକ୍ସିଜେନ୍ ପ୍ଲାଂଟ କରିବାକୁ ଯୋଜନା ହୋଇଛି । ଜିଲ୍ଲାକୁ ୧୦ ହଜାର ଟିକା ଦେବାପାଇଁ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ । ଏହାପରେ ଦୁଇ ଅଧିକାରୀ ଜୟପୁର ଗସ୍ତ କରିଛନ୍ତି । ଏଠାରେ ମଧ୍ୟ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଛନ୍ତି ।