ବଢୁଛି କରୋନା : ରାଜ୍ୟବାସୀଙ୍କୁ ସୂଚନା ଦେବେ ମୁଖ୍ୟ ଶାସନ ସଚିବ : ଅପରାହ୍ଣ ସାଢେ ୫ଟାରେ କଣ କହିବେ ?

280

କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ବଢୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ତିନି ହଜାର ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେବେ ମୁଖ୍ୟ ଶାସନ ସଚିବ । ଅପରାହ୍ଣ ସାଢେ ୫ଟାରେ କଣ କହିବେ ? କୋଭିଡ୍ ସମ୍ପର୍କରେ ରାଜ୍ୟବାସୀଙ୍କୁ ଦେଇପାରନ୍ତି ବଡ ସୂଚନା । ଦିଲ୍ଲୀ, ଛତିଶଗଡ ସମେତ ବିଭିନ୍ନ ରାଜ୍ୟରେ ଲକଡାଉନ୍ , ସପ୍ତାହନ୍ତ କଟକଣା ଲାଗୁ ହୋଇ ଗଲାଣି । ଓଡିଶାରେ ସେହିଭଳି କିଛି କଟକଣା ଲାଗୁ ହେବ କି ? ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ କିଛି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ।

ସେପଟେ, ଗତ ୨୪ଘଂଟାରେ ରାଜ୍ୟରେ ୨ହଜାର ୯୮୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିରୁ ଓ କେନ୍ଦୁଝରରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୧ହଜାର ୯୩୫ରେ ପହଂଚିଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ଜଣ ପଜିଟିଭ ବାହାରିଥିବା ବେଳେ ଖୋର୍ଦ୍ଧାରୁ ୪୩୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୯ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଥିବା ବେଳେ ୬ଟି ଜିଲ୍ଲାରେ ୨୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଗତ ୧୫ଦିନରେ ରାଜ୍ୟରୁ ୧୭ହଜାର ୪୨୫ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।