କନକ ବ୍ୟୁରୋ: ରାସ୍ତାରେ ଦୁର୍ଘଟଣାରେ ଜନଜୀବନହାନି ରୋକିବା ନିମନ୍ତେ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଆଜି ରାଜଯର ପୋଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଲକ୍ଷ୍ୟଭେଦୀ କାର୍ୟ୍ୟଯୋଜନା ମଧ୍ୟ ପ୍ରସ୍ତୁତି କରିବାକୁ ସେ କହିଛନ୍ତି । ଆଜି ଲୋକସଭା ଭବନରେ ସଡକ ନିରାପତ୍ତା ସ୍ଥିତିର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ସଡକ ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଏହାପରେ ଜିଲ୍ଲାପାଳ ଓ ଏସପିମାନେ ଭିଡିଓ କନଫରେନ୍ସି ମାଧ୍ୟମରେ ନିଜ ନିଜ ଜିଲ୍ଲାରେ ନିଆଯାଉଥିବା ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଜାତୀୟ ସ୍ତରରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁଯୋଗୁ ପ୍ରତିବର୍ଷ ଜିଡିପିର ପ୍ରାୟ ୩.୧୪ ଶତତକଡା କ୍ଷତି ହେଉଛି । ଯାହାକି ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ । ଏଥିରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୬ ପ୍ରତିଶତ ୧୮ରୁ ୪୫ ବର୍ଷୀୟ ଉତ୍ପାଦନକ୍ଷମ ବ୍ୟକ୍ତି । ଓଡିଶାରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଭିତରୁ ଶତକଡା ୪୧ ଭାଗ ହେଲମେଟ୍ ନପିନ୍ଧିବା କାରଣରୁ ହୋଇଥାଏ । ସେହିପରି ୬୯ ଭାଗ ଦୁର୍ଘଟଣା ଦ୍ରୁତ ଗାଡି ଚାଳନା ଯୋଗୁ ଘଟୁଛି ।
୨୦୧୯ରେ ପ୍ରାୟ ୨୩୯୭ ଜଣ ୨ ଚକିଆ ଯାନ ଚଳାଳି ହେଲମେଟ୍ ପିନ୍ଧିନଥିବା କାରଣରୁ ମସ୍ତିଷ୍କ ଆଘାତରେ ପ୍ରାଣ ହରାଇଛନ୍ତି । ସେହିପରି ୨୦୧୯ରେ ସମୁଦାୟ ୫୩୩୩ ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବୋଲି କୁହାଯାଇଛି । ୨୦୨୦ରେ କିନ୍ତୁ ଏହାର ପରିମାଣ ୧୧ ଶତକଡା ହ୍ରାସ ପାଇଛି । ଏଥିପାଇଁ ରାସ୍ତାରେ ସଡକ ଦୁର୍ଘଟଣାକୁ କମାଇବାକୁ ଯାଇ ମୁଖ୍ୟ ଶାସନ ସଚିବ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଗୁଡିକ ସଂଯୋଗ ସ୍ଥାନ ପୂର୍ବରୁ ରମ୍ବଲ ଓ ସତର୍କ ସୂଚନା ଫଳକ ଲଗାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।