ବଢ଼ିଲା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦରେ ରହିବେ ପ୍ରଦୀପ ଜେନା ।

86

କନକ ବ୍ୟୁରୋ: ନୂଆ ବର୍ଷରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାର ଅନ୍ତ ଘଟିଛି । ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିଥାନ୍ତା । ନୂଆ ମୁଖ୍ୟ ଶାସନ ସଚିବ ନେଇ ପାୱାର କରିଡରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା, ଏବେ ତାର ଅବସାନ ଘଟାଇ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି । ଜୁନ ୩୦ ପର୍ଯ୍ୟନ୍ତସେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇବେ । ଅର୍ଥାତ ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦରେ ରହିବେ ପ୍ରଦୀପ ଜେନା ।

ଅନ୍ୟପଟେ ପୁଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ମଧ୍ୟ ଡିସେମ୍ବର ୩୧ରେ ଶେଷ ହେବ । ନୂଆବର୍ଷରେ ନୂଆ ଡିଜିପି ଦାୟିତ୍ୱ ନେବେ ନା’ ପ୍ରଦୀପ ଜେନାଙ୍କ ଭଳି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ବଢ଼ାଇବେ ସରକାର, ତାକୁ ନେଇ ଜାରି ରହିଛି ସସପେନ୍ସ ।