କନକ ବ୍ୟୁରୋ : ଦିଲ୍ଲୀ ସମୀକ୍ଷା ବନାମ ଓଡ଼ିଶା ସମୀକ୍ଷା । ୧୦ ଆକାଂକ୍ଷୀ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଭିତରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ୪ ଦିନିଆ ଦକ୍ଷିଣ ଓଡ଼ିଶା ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ । କେନ୍ଦ୍ରମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ ବନାମ ରାଜ୍ୟ ସରକାରଙ୍କ ସମୀକ୍ଷା ଗସ୍ତ । ଏହାରି ଭିତରେ ମାଲାକାନଗିରିରୁ ଉଡିବ ବିମାନ । ୨୦୨୪ ସୁ୍ଦ୍ଧା ମାଲକାନଗିରିରୁ ବିମାନ ଉଡାଇବା ନେଇ ଯୋଜନା କରୁଛନ୍ତି ସରକାର ।
୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଜି ମାଲକାନଗିରିର ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ମାଲକାନଗିରିରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ମାଲକାନଗିରିରେ ଏୟାର ଷ୍ଟ୍ରିପ୍ ନେଇ ଜମି ଓ ଜଙ୍ଗଲ ଅଧିଗ୍ରହଣ ହୋଇସାରିଛି । କାମ ଆଗେଇବା ନେଇ ପୂର୍ତ ବିଭାଗ ପକ୍ଷରୁ ଖୁବଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଆସନ୍ତାକାଲି ଦିନ ୩ଟା ବେଳେ ମାଲାକାନଗିରିରୁ ଜୟପୁର ଅଭିମୁଖେ ବାହାରିବେ ସୁରେଶ ମହାପାତ୍ର । ୧୬ ତାରିଖରେ ଜୟପୁର ସହରର ମେଡିକାଲ ଓ ଜଗନ୍ନାଥ ସାଗର ସ୍ଥିତି ଅନୁଧ୍ୟାନ କରିବା ସହ ପଟାଙ୍ଗି ଓ କୋଟିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ କୋରାପୁଟ ଗସ୍ତରେ ଥିଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍ ।