କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନକୁ ଦେଲେ ନିର୍ଦ୍ଦେଶ ।

99

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଗସ୍ତରେ ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜଙ୍ଗଲ ସଫାରୀ ଓ ନୌବିହାର ପାଇଁ ସ୍ଥାନ ବାଛିବାକୁ ପ୍ରଶାସନିକ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ଅର୍ଥନୀତିର ବିକାଶର ସହାୟକ ହେବ ଏବଂ ସ୍ଥାନୀୟ ଲୋକ ରୋଜଗାର ପାଇବେ ବୋଲି କହିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ସେହିପରି ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦରବାର ହଲରେ ଜିଲ୍ଲାର ଉଚ୍ଚ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜାତୀୟ ରାଜପଥର ସଂପୂର୍ଣ୍ଣକରଣ, କାନପୁର ବୃହତ ଜଳ ପ୍ରକଳ୍ପ ଯୋଜନା, ମେଡିକାଲ କଲେଜ ଓ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ।