ଆସିପାରେ ଓଡ଼ିଶାର ଅନଲକ-୩.୦ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । ସାଢେ ୬ଟାରେ ଅନଲକ୍-୩.୦ର ରୂପ ରେଖ ସ୍ପଷ୍ଟ କରିପାରନ୍ତି ରାଜ୍ୟ ସରକାର । କେନ୍ଦ୍ର ପରି ରାଜ୍ୟ ସରକାର ମଧ୍ୟ ଉଠାଇବେ କି ରାତ୍ରିକାଳୀନ କର୍ଫ୍ୟୁ କଟକଣା?

716

କନକ ବ୍ୟୁରୋ: ସଂଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । ଆଜି ସଂଧ୍ୟା ସାଢେ ୬ଟାରେ ଅନଲକ୍-୩.୦ର ରୂପ ରେଖ ସ୍ପଷ୍ଟ କରିପାରନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇ ସାରିଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି । ଆଜି କୋଭିଡ କଟକଣା କୋହଳ ହେବ ନା ନାହିଁ ସେନେଇ ଚିତ୍ର ସ୍ପଷ୍ଟ କରିପାରନ୍ତି ମୁଖ୍ୟ ସାଶନ ସଚିବ ଅସୀତ ତ୍ରିପାଠୀ ।

ଅନ୍ୟପଟେ ରାଜ୍ୟ ୪ଟି ଜିଲ୍ଲା ଏବଂ ରାଉରକେଲାରେ ତାଲାବନ୍ଦ ଆଜି ଶେଷ ହେଉଥିବା ବେଳେ ଏସବୁ ଅଂଚଳ ପାଇଁ ଆଗକୁ କି ନିଷ୍ପତି ନେବେ ସରକାର ତାଉପରେ ସମସ୍ତଙ୍କ ନଜର ରହିଛି । ଗଂଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ପାଇଁ କଟକଣା ଜାରି ହୋଇଥିଲା ।