ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ସିଡିଏସ ବିପିନ ରାୱତଙ୍କୁ ହସ୍ପିଟାଲ ନିଆଯାଇଥିବା ସୂଚନା; ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି

973

କନକ ବ୍ୟୁରୋ : ସିଡିଏସ ବିପିନ ରାୱତଙ୍କୁ ହସ୍ପିଟାଲ ନିଆଯାଇଥିବା ସୂଚନା । ସିଡିଏସଙ୍କୁ ସେନା ହେଲିକପ୍ଟର ନେଇ ଯାତ୍ରା କରୁଥିଲା । ଯାତ୍ରା ସମୟରେ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।  ଏହି ହେଲିକ୍ୟାପ୍ଟରରେ ସିଡ଼ିଏସ ବିପିନ ରାୱତ୍ , ତାଙ୍କ ପରିବାର ଲୋକ ଏବଂ କିଛି କର୍ମଚାରୀ ଥିବା ସୂଚନା ମିଳିଛି । ସେନାର ଏମଆଇ-୧୭-ଭି-ଫାଇଭ ଚପର ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏହି ଆର୍ମି ହେଲିକ୍ୟାପ୍ଟରରେ ୧୪ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କୁହାଯାଉଛି କି ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଥିଲା । ଏହି ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ବି ଥିଲେ । ଉଦ୍ଧାର ହୋଇଥିବା ଲୋକଙ୍କୁ ୱିଲିଂଟନ ବେସରେ ଚିକିତ୍ସା କରାଯାଉଛି । ପ୍ରାରମ୍ଭିକ ସୂଚନା ମୁତାବକ ସିଡିଏସ ବିପିନ ରାୱତ ନିଜ ପତ୍ନୀଙ୍କ ସହ ୱିଲିଂଟନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ୱିଲିଂଟନ ଠାରେ ଆର୍ମ ଫୋର୍ସର ଏକ କଲେଜ ରହିଛି । ସେଠାରେ ସିଡିଏସ ବିପିନ ରାୱତ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ସେଠାରୁ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବା ବାଟରେ କୁନ୍ନୁର ଠାରେ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଛି ।

ହେଲିକପ୍ଟରରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ, ଏସଏମ. ଭିଏସଏମ, ହରଜିନ୍ଦର ସିଂ,ଏନ.କେ ଗୁରୁସ୍ୱେକା ସିଂ, ଏନ.କେ ଜିତେନ୍ଦ୍ର କୁମାର, ଏଲ.ଏନକେ ବିବେକ କୁମାର,ଏଲ.ଏନକେ.ବି ସାଇ ତେଜା, ଓ ଏଚଏଭି ସତପାଲ ସାମିଲ ଥିଲେ ।