କନକ ବ୍ୟୁରୋ: ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ ଗୋଟିଏ ବର୍ଷରେ ବିଜେଡି ସରକାର ଆଣିଥିଲା ୧୪୦ଟି ଯୋଜନା । ବିନା ବଜେଟ୍ ବ୍ୟୟ ବରାଦରେ ଆରମ୍ଭ ହୋଇଥିଲା ସେହିସବୁ ଯୋଜନା । ଏପରିକି ଅନେକ ଯୋଜନା କେବଳ ଘୋଷଣାରେ ସୀମିତ ହୋଇ ରଖିଛନ୍ତି ତତ୍କାଳୀନ ବିଜେଡି ସରକାର । ବଜେଟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ବ୍ୟୟ ବରାଦ ହୋଇନଥିଲା । ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ବିଧାୟକ ଅମର ନାୟକଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।