କନକ ବ୍ୟୁରୋ: କେନ୍ଦୁଝର ସଭାରେ ବିଜେଡିକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, ମମିତା ମେହେରା ଓ ପରୀ ମାମଲାରେ ନ୍ୟାୟ ଦିଆଗଲାନି, ପାପଭାର ବଢ଼ିବା ପରେ ଅହଂକାରର ପତନ ହେଲା । ପାଞ୍ଚ ପାଞ୍ଚ ଥରର ବିଜେଡିକୁ ଲୋକେ ସୁଯୋଗ ଦେଇଥିଲେ, କିନ୍ତୁ ତଳ ଆଡୁ ପ୍ରଥମ ହେଉଥିଲା ଓଡ଼ିଶା, ମୁଖ୍ୟମନ୍ତ୍ରୀ ଏକ ନଂ ହେଉଥିଲେ କିନ୍ତୁ ରାଜ୍ୟ କାହିଁକି ପଛୁଆ ହେଉଥିଲା? ଏମିତି କି ରାଜ୍ୟରେ ବିଚିତ୍ର ଶାସନ ଚାଲୁଥିଲା ଭଳି ଦୃଶ୍ୟମାନ ହେଉଥିଲା ବୋଲି ମୋହନ ସମାଲୋଚନା କରିଛନ୍ତି ।
ଏପରିକି କେନ୍ଦୁଝରକୁ ଲୁଟ୍ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ଲୁଟରେ ସେତେବେଳର ସରକାର ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି । ତେବେ ମୋହନ ସରକାର କାହାରିକୁ ଛାଡ଼ିବ ନାହିଁ ବୋଲି ସଫାସଫା ଶୁଣେଇ ଦେଇଛନ୍ତି । ଯେଉଁମାନେ କେନ୍ଦୁଝରକୁ ଲୁଟ୍ କରିଛନ୍ତି, ସେମାନେ ନଜରରେ ଥିବା କହିଛନ୍ତି । ଆଉ ସମସ୍ତଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ବୋଲି ପ୍ରଚାର କରାଯାଉଥିଲା । କିନ୍ତୁ ସେଇ ସରକାର ସମୟରେ ଓଡ଼ିଶା କାହିଁକି ୨୮ ନମ୍ବର କିମ୍ବା ୩୦ ନମ୍ବର ରାଜ୍ୟ ଥିଲା ବୋଲି ମୋହନ ମାଝୀ ଟାର୍ଗେଟ୍ କରିଛନ୍ତି । ତାରିଣୀ ଦର୍ଶନ କରିବା ପରେ ମୋହନ ମାଝି ଆଜି କେନ୍ଦୁଝରରେ ରୋଡ ଶୋ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/newly-elected-odisha-chief-minister-mohan-charan-1746045.jpg)