କନକ ବ୍ୟୁରୋ: କେବେ ଚେତିବ ଭୁବନେଶ୍ୱର ମହାନଗର ନିଗମ ଏବଂ ପ୍ରଶାସନ ? କେତେ ମୁଣ୍ଡ ଗଲେ ମୁକୁଳା ଡ୍ରେନର ମରାମତି ହେବ? ଭୁବନେଶ୍ୱରରେ ୟୁନିଟ-୩ ଅଞ୍ଚଳର ମସଜିଦ କଲୋନୀର ନାବାଳକର ଜୀବନ ଯିବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ସେପଟେ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମୁକୁଳା ଡ୍ରେନର ସମୀକ୍ଷା କରିବେ ବୋଲି ଜଣାପଡିଛି ।
ଗତକାଲି ଅପରାହ୍ନରେ ଭୀଷଣ ବର୍ଷା ହୋଇଥିଲା । ବେଲୁନ୍ ଆଣିବାକୁ ଯାଇ ନାବାଳକଟି ଭାସିଯିବାରୁ ପ୍ରାଣ ହରାଇଛି । ଏହି ଘଟଣାରେ ବିଏମସି ଦୋଷ ଝାଡିବାକୁ ପ୍ରୟାସ ଚଳାଇଛି । ପ୍ରଶ୍ନ ଉଠୁଛି, ସାମାନ୍ୟ ବର୍ଷାରେ ନାବାଳକର ମୃତ୍ୟୁ ପାଇଁ କିଏ ଦାୟୀ?

Advertisment

ସେପଟେ ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଯୁଦ୍ଧକାଳୀନ ଭିତିରେ ମୁକୁଳା ଡ୍ରେନଗୁଡିକ ବନ୍ଦ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ବିଏମସି ମେୟର ଓ କମିଶନରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସମସ୍ତ ଡ୍ରେନ ବନ୍ଦ ପାଇଁ ଆଜିଠାରୁ କାମ ଆରମ୍ଭ ହେବ ବୋଲି କହିଛନ୍ତି ଅପରାଜିତା । ମୃତ ବାଳକର ପରିବାରକୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୪ ଲକ୍ଷ ଦିଆଯିବ ବୋଲି କହିଛନ୍ତି ସାଂସଦ ।