କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଫୋକସରେ ଓଡ଼ିଶା । ଆଜି ଓଡ଼ିଶାରେ ୩ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ରହିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରି ବିଷ୍ଣୁଦେବ ସାଏ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ବିଜେପି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର କରିବେ ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରଥମେ କବିସୂର୍ଯ୍ୟନଗର, ତା ପରେ କଂଟାବାଜି ଓ ଲୋଇସିଂଘା ପରେ ଶେଷରେ ସନ୍ଧ୍ୟାରେ କଣାସରେ ଜନସଭା କରିବେ । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ବୀରମିତ୍ରପୁର, ରାଜଗାଙ୍ଗପୁରର ଜାମପାଲି, ସୁନ୍ଦରଗଡ଼ର ବିଲେଇମୁଣ୍ଡାରେ ଜନସଭାକୁ ସମ୍ବୋଧନ କରିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ମଧ୍ୟ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁର, ତା ପରେ ଦଶପଲ୍ଲା ଓ ଜି. ଉଦୟଗିରିରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଆସାମ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଜେପିର ପ୍ରଚାରରେ ଲାଗିପଡ଼ିଥିବା ବେଳେ ଆଜି ଏଥିରେ ସାମିଲ ହେଉଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/hb.jpg)