ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର୍ ଜଗନମୋହନ ରେଡ୍ଡି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ଏ୍ ବୋବଡେଙ୍କୁ ଚିଠି ଲେଖିଛନ୍ତି

Advertisment
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର୍ ଜଗନମୋହନ ରେଡ୍ଡି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ଏ୍ ବୋବଡେଙ୍କୁ ଚିଠି ଲେଖିଛନ୍ତି

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣି ମୁଖ୍ୟ ନ୍ୟାୟାଧିଶ ଏସ୍ ଏ ବୋବଡେଙ୍କ ନିକଟକୁ ଚିଠି ଲେଖିବା ସହ ଏକ ମୋର୍ଚ୍ଚା ଖୋଲିଛନ୍ତି । ସେ ତାଙ୍କ ଚିଠିରେ ଲେଖିଛନ୍ତି କି ଜଣେ ବିଚାରପତି ଖୋଲା ଖୋଲି ଭାବେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପାଇଁ କାମ କରୁଛନ୍ତି ।

ମୁଖ୍ୟ ବିଚାରପତିଙ୍କୁ ଲେଖିଥିବା ଚିଠିରେ ସେ ଦୁଖ ପ୍ରକାଶ କରି ଲେଖିଛନ୍ତି କି ଲୋକତାନ୍ତ୍ରିକ ବ୍ୟବସ୍ଥାରେ ଗଠିତ ହୋଇଥିବା ସରକାରକୁ ଅସ୍ଥିର କରିବାକୁ ନ୍ୟାୟାଳୟ ଭଳି ସଂସ୍ଥାକୁ ବ୍ୟବହାର କରାଯାଉଛି । ହେଲେ ଏଯାଏ ସ୍ପଷ୍ଟ ହୋଇ ନାହିଁ କି ସେ ବିଚାରପତି ଜଣଙ୍କ କିଏ ।
ଚିଠିରେ ଉଲ୍ଲେଖ କରାଯାଇଛି କି ସୁପ୍ରିମକୋର୍ଟର ଜଣେ ବିଚାରପତି ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ପ୍ରଭାବିତ କରୁଛନ୍ତି । ଚିଠିରେ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ୪ ଜଣ ବିଚାରପତିଙ୍କ ନାମ ଲେଖାଯାଇଛି । ଅଭିଯୋଗ କରାଯାଇଛି କି ଚନ୍ଦ୍ରବାବୁ ନାଇଡୁ ଓ ତେଲୁଗଦେଶମ୍ ପାର୍ଟି ନାମରେ ଚାଲିଥିବା ମାମଲାକୁ ରଫା ଦଫା କରିବାକୁ ସୁପ୍ରିମକୋର୍ଟର ଜଣେ ବିଚାରପତି ଆନ୍ଧ୍ର ହାଇକୋର୍ଟ ଉପରେ ଚାପ ପକାଉଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି କି ସେ ତେଲୁଗଦେଶମ୍ ପାର୍ଟି ଓ ତା’ର ମୁଖ୍ୟଙ୍କ ବିରୋଧରେ ଚାଲିଥିବା ମାମଲାରେ ସେ କୋର୍ଟ ନିକଟରେ ଅନେକ ଦସ୍ତାବିଜ୍ ଦାଖଲ କରିଥିଲେ ବି ତାହାକୁ କୋର୍ଟ ଗ୍ରହଣ କରୁନାହାନ୍ତି । ଯାହା ଫଳରେ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକାଳରେ ହୋଇଥିବା ଦୁର୍ନୀତି ପଦାକୁ ଆସିପାରୁ ନାହିଁ ।

ଏହି ଔପଚାରିକ ଅଭିଯୋଗ ବୁଧବାରକୁ କରାଯାଇଥିଲା । ସବୁଠାରୁ ବଡ କଥା ଏହି ଚିଠି ଲେଖିବା ପୂର୍ବରୁ ୬ ଅକ୍ଟୋବର ଦିନ ଜଗନମୋହନ ରେଡ୍ଡି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏହାକୁ ନିୟମିତ ବୈଠକ ବୋଲି କୁହାଯାଉଥିବା ବେଳେ ଏହି ବୈଠକରେ ରାଜ୍ୟର କେନ୍ଦ୍ର ନିକଟରେ ବାକିଥିବା ଦେୟ ସମେତ ରାଜ୍ୟର ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଅନ୍ୟପଟେ ପ୍ରାୟ ୨ ସପ୍ତାହ ପୂର୍ବରୁ ଜଗନ ମୋହନ ରେଡ୍ଡି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe