ଓଡିଶାବାସୀଙ୍କୁ ନବୀନଙ୍କ ବାର୍ତ୍ତା, ଓଡିଶାଲୋକଙ୍କ ପାଇଁ ଆମେ ପରିଶ୍ରମ କରିଛେ ଆଗକୁ କରିବା ।

819

କନକବ୍ୟୁରୋ :ଦୀର୍ଘ ୨୪ ବର୍ଷ ପରେ ସରିଛି ନବୀନ ଯୁଗ ରାଜଭବନରେ ପହଂଚି ଇସ୍ତଫା ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ରେ ୧୧୩ ଆସନ ଜିତିଥିବା ବିଜେଡି ୨୦୨୪ନିର୍ବାଚନରେ ମାତ୍ର ୫୧ଟି ଆସନ ହାସଲ କରିଥିଲା ବିଜେଡି ଏହାସହ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଧୁଳିସାତ ହୋଇଛି । ଏଥିସହ ସେ ଆଜି ଓଡିଶାବାସୀଙ୍କୁ ନିଜ ସମ୍ଭୋଧନରେ କହିଛନ୍ତି ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଓଡିଶାରେ ୭୦ ପ୍ରତିଶତ ଗରିବୀ ରହିଥିଲା । କିନ୍ତୁ ବର୍ତ୍ତମାନ ଓଡିଶାରେ ୧୦ପ୍ରତିଶତ ଗରିବୀ ରହିଛି । ଶିକ୍ଷାକ୍ଷେତ୍ର କଥା ହେଉ କିମ୍ବା ମହିଳାମାନଙ୍କ କଥା ହେଉ ସବୁଠି ଆମେ ସେମାନଙ୍କୁ ଆଗକୁ ନେଇଛୁ । ଓଡିଶା ଲୋକଙ୍କ ପାଇଁ ପରିଶ୍ରମ କରିଛୁ ଆଉ ଆଗକୁ ମଧ୍ୟ ପରିଶ୍ରମ କରିବୁ । ଓଡିଶାବାସୀଙ୍କ ସାଙ୍ଗରେ ରହିଛୁ ଆଉ ସବୁ ସମୟରେ ଆମେ ରହିଥିବୁ ।