ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ପାଠଶାଳା : ଆଜି ପଂଚାୟତିରାଜ, କୃଷି ଓ ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କରିବେ ନବୀନ, ସେପଟେ ସିଭିଲ ସର୍ଭିସ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ

26

କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ପଂଚାୟତିରାଜ, କୃଷି ଓ ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭାଗୀୟ ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ବାର୍ଷିକ ରିପୋର୍ଟ ଦେବେ । ବର୍ଷକ ଭିତରେ ବିଭାଗ କଣ ସଫଳତା ପାଇଛି ସେ ନେଇ ସବିଶେଷ ତଥ୍ୟ ଦେବେ । ନିର୍ବାଚନୀ ଇସ୍ତାହାରରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାହାର ସମୀକ୍ଷା କରିବେ ନବୀନ ।

ଦ୍ୱିତୀୟ ଦିନରେ ଅର୍ଥାତ ବୁଧବାର ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ । ଦୀର୍ଘ ୧ ଘଂଟା ଧରି ବିଭାଗର ସମୀକ୍ଷା କରିବା ସହ ଏହି ବିଭାଗକୁ ଅଧିକ ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଭିଲ ସର୍ଭିସରେ ଓଡିଶାର ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ଶିଳ୍ପ ବିଭାଗର ମଧ୍ୟ ସମୀକ୍ଷା କରିଥିଲେ । ଋଗଣ ଅବସ୍ଥାରେ ଥିବା ଶିଳ୍ପ ସଂସ୍ଥା ଗୁଡିକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।