ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଜୋରଦାର ଚାଲିଛି ପ୍ରଚାର । ଘର ଘର ବୁଲି ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

64

କନକ ବ୍ୟୁରୋ: ୟୁପିରେ ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଯାହାକୁ ନେଇ ସରଗରମ ହେଇଛି ରାଜ୍ୟ ରାଜନୀତି । ଘର ଘର ବୁଲି ପ୍ରଚାର ଓ ନେତାଙ୍କ ରୋଡ ସୋ ଦେଖିବାକୁ ମିଳୁଛି । ସେପଟେ କାନପୁରରେ ଚେକିଙ୍ଗ ସମୟରେ ୬ କୋଟିର ଅଧିକ ଟଙ୍କା ଜବତ କରିଛି ପୁଲିସ । ଘଟଣା ସ୍ଥଳରେ ଆଇଟି ବିଭାଗ ପହଞ୍ଚି ତତନ୍ତ ଆରମ୍ଭ କରିଛି ।

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଯାହାକୁ ନେଇ ଜୋରଦାର ଚାଲିଛି ପ୍ରଚାର । ଘର ଘର ବୁଲି ପ୍ରଚାର କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ ଆଲିଗଡରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ରୋଡ କରୁଥିବା ଦେଖିବାକୁ ମିଳିଛି । ସେହିପରି ସମାଜବାଦୀ ପାଟି ମୁଖ୍ୟ ଅଖିଳେଶ ଯାଦବ ଓ ଆରଏଲଡି ନେତା ଜୟନ୍ତ ଚୈାଧୁରୀ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି । ରାଜ୍ୟରେ ନିର୍ବାଚନ ଯେତେ ପାଖେଇ ଆସୁଛି, ,ସେତିକି ଜୋର ହେଉଛି ନେତାଙ୍କ ବୟାନ ବାଜି । ରାଜ୍ୟରେ ବେରୋଜଗାରୀକୁ ପ୍ରସଙ୍ଗ କରି ନିର୍ବାଚନ ଲଢିବା ଦରକାର ବୋଲି କଂଗ୍ରେସ କହିଛି । ସେପଟେ ବିଜେପିକୁ ଟାର୍ଗେଟ କରିଛନ୍ତି ସପା ନେତା ଅଖିଳେଶ ଯାଦବ ।

ଆସନ୍ତା ୧୦ ତାରିଖରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମଦଦାନ ହେବ । ଯାହାକୁ ନେଇ ସୁରକ୍ଷା ଓ ଚେକିଙ୍ଗ ବ୍ୟବସ୍ଥାକୁ କଡାକଡି କରିଛି ୟୁପି ପୁଲିସ । କାନପୁରରେ ଚେକିଂ ସମୟରେ ୬ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ସିଏସଏସ କମ୍ଫାନିର ଏକ ଭ୍ୟାନରୁ ୫ କୋଟି ଜବତ ହୋଇଥିବା ବେଳେ ସ୍ୱରୁପ ନଗରରୁ ୧ କୋଟି ୭୪ ହଜାର ଟଙ୍କା ଜବତ ହୋଇଛି । ଘଟଣା ସ୍ଥଳରେ ଇନକମ ଟ୍ୟାକ୍ସ ବିଭାଗ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମାମଲାର ତଦନ୍ତ ଆରମ୍ଭ କରିଛି କାନପୁର ପୁଲିସ । ତେଣୁ ଦେଖିବାକୁ ବାକି ରହିଲା ଘଟଣାର କେତେ ଶୀଘ୍ର ଖୁଲାସା କରୁଛି ପୁଲିସ ।