ଆସନ୍ତାକାଲି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ: ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବେ ନବୀନ

1,133

କନକ ବ୍ୟୁରୋ: ଆସନ୍ତାକାଲି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରେ ପହଞ୍ଚି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଗଭୀର ସମବେଦନା ଜଣାଇଛନ୍ତି ।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୫୦ ଜଣଙ୍କ ମତ୍ୟୁ ସୂଚନା ମିଳିଛି । ଏନେଇ ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣାରେ ୨ଶହରୁ ଅଧିକ ଆହତ ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ସୋର, ଖନ୍ତାପଡା, ଗୋପାଳପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୩ ଏନଡିଆରଏଫ, ୪ ଓଡ୍ରାଫ ଟିମ୍ ନିୟୋଜିତ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୫ରୁ ଅଧିକ ଅଗ୍ନିଶମବାହିନୀ ନିୟୋଜିତ । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।