କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା ଆଜି ଯାଇପାରନ୍ତି ଦିଲ୍ଲୀ । ରାଜ୍ୟରେ ବିଜେପି ସରକାର ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଯିବା ନେଇ ସୂଚନା ରହିଛି । ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରିବାର ସୂଚନା ରହିଛି । ଏବେ ଓଡିଶାରେ ଏବଂ କେନ୍ଦ୍ରରେ ବିଜେପି ସରକାର । ଡବଲ ଇଂଜିନ ସରକାରକୁ ସମର୍ଥନ କରିଛନ୍ତି ରାଜ୍ୟବାସୀ । ଏପରି ସ୍ଥିତିରେ ରାଜ୍ୟ ସରକାରର ଆଭିମୁଖ୍ୟ କିଭଳି ରହିବ ସେ ନେଇ ଆଲୋଚନା ହେବାର ଅଛି ।