କନକ ବ୍ୟୁରୋ : ବିଜେପି ସରକାରକୁ ଆସିବା ପରେ ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକେ କିପରି ସମସ୍ୟାର ସମ୍ମୁଖୀନ ନହେବେ ସେ ଦିଗରେ ଗୁରୁତ୍ୱର ସହ କାମ କରୁଛି ମୋହନ ସରକାର । ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତି ସପ୍ତାହରେ ନିଜେ ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ଆଉ ସମାଧାନ ମଧ୍ୟ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣିକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ।
ଅଭିଯୋଗ ଶୁଣିବା ପାଇଁ ଆରଡିସି ସ୍ତରକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦରକାର ପଡିଲେ ଆଗାମୀ ଦିନରେ ଆରଡିସି ସ୍ତରକୁ ଯିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ରାଜଧାନୀରେ ନୁହେଁ, ରାଜଧାନୀ ବାହାରେ ମଧ୍ୟ ଅଭିଯୋଗ ଶୁଣାଯିବ । ଆବଶ୍ୟକ ପଡିଲେ ଜିଲ୍ଲାସ୍ତରକୁ ଯାଇ ବି ଅଭିଯୋଗ ଶୁଣାଯିବ । ଆଗାମୀ ଦିନରେ ଅଭିଯୋଗ ଶୁଣାଣି ନେଇ ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।