କନକ ବ୍ୟୁରୋ: ଆଜି ରାଜ୍ୟରେ ହାଇଭୋଲଟେଜ୍ ପ୍ରଚାର । ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଖରିଆର ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଦୁଇଟି ଜନସଭାକୁ ସମ୍ବୋଧନ କରିବେ ।
ଆଉ କିଛି ସମୟରେ ଭବାନୀପାଟଣା ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । । ସୂଚନା ମୁତାବକ ୯ଟା ୫୫ରେ ଭୁବନେଶ୍ୱର ବିମାନ ବନ୍ଦରରୁ କଳାହାଣ୍ଡି ଅଭିମୁଖେ ବାହାରିବେ । ୧୦ଟା ୪୦ରେ ଉତକେଲା ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ୧୦ଟା ୪୫ରେ ଉତକେଲାରୁ ରିଷିଗାଁ ଯିବେ । ୧୧ଟା ୫ରେ ଭବାନୀପାଟଣା ନିର୍ବାଚନୀ ଜନସଭାରେ ସାମିଲ ହେବେ । ଏହାପରେ ଖରିଆରରେ ଆୟୋଜିତ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/3-8.jpg)