ଜନସମ୍ପର୍କ ପଦଯାତ୍ରାରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ । କହିଲେ ମିଥ୍ୟା ତଥ୍ୟ ଦେଇ ଭ୍ରମିତ କରୁଛନ୍ତି ବିରୋଧୀ, ଓଡ଼ିଶାର ବିକାଶରେ ସାଜିଛନ୍ତି ବାଧକ
କନକ ବ୍ୟୁରୋ: ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଓଡ଼ିଶା ବିକାଶରେ ବିରୋଧୀ ବାଧକ ସାଜିଛନ୍ତି । ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । କିନ୍ତୁ ବିଜେଡି ଗରିବ, ମହିଳା, ଯୁବ , ଏସସିଏସଟିଙ୍କ ପାଇଁ କାର୍ଯ୍ୟ କରୁଛି । ମହିଳା ସଶକ୍ତିକରଣ ଦିଗରେ ବିଜେଡି କାର୍ଯ୍ୟ କରୁଛି ବୋଲି କହିଛନ୍ତି ନବୀନ । ସ୍କୁଲ ରୁପାନ୍ତରୀକରଣ, ଖାଦ୍ୟ ସୁରକ୍ଷା, କ୍ରୀଡାର ବିକାଶ ଦିଗରେ ବିଜେଡି କାର୍ଯ୍ୟ କରୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗେମ ଚେଞ୍ଜର ପାଲଟିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏସବୁ କଥା ଲୋକଙ୍କ ପାଖରେ ପହଂଚାଇବାକୁ ନେତା ଓ କର୍ମୀଙ୍କୁ ଆହ୍ୱନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଦଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ପଂହଚିବା ପାଇଁ ଲକ୍ଷ୍ୟ ରଖିଛି ଦଳ । ଘରକୁ ଘର ଯାଇ ଜନସାଧାଣଙ୍କୁ ରାଜ୍ୟ ସରକାଙ୍କ ସଫଳତା ବିଷୟରେ ଅବଗତ କରାଇବେ ଦଳର ନେତାମନ୍ତ୍ରୀ ।