ବିଭିନ୍ନ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଶନିବାର ସାଢ଼େ ୫ଟାରେ ଗାଆନ୍ତୁ ‘ବନ୍ଦେ ଉତ୍କଳ ଜନନୀ’ ।

483

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ନବୀନ ଲୋଡ଼ିଲେ ସମର୍ଥନ । ଆସନ୍ତା ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟରେ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ । ସେହିଭଳି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି . ସମାଜବାଦୀ ପାର୍ଟିର ସଭାପତି ରବି ବେହେରା ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳର ରାଜ୍ୟ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ସାରା ବିଶ୍ୱକୁ ହନ୍ତସନ୍ତ କରିଥିବା ଅଦୃଶ୍ୟ ଶତ୍ରୁ ସାମ୍ନାରେ ଲଢ଼େଇ କରୁଥିବା କରୋନା ଯୋଦ୍ଧାଙ୍କ ମନୋବଳ ଦୃଢ଼ କରିବା ପାଇଁ ବିଭିନ୍ନ ଦଳର ସହଯୋଗ ଲୋଡ଼ିଛନ୍ତି ନବୀନ ।

ଏପରିକି ଆମ ପାଇଁ କରୋନା ଲଢ଼େଇରେ ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ସେବା ଯୋଗାଉଥିବା ପ୍ରତିଟି ଯୋଦ୍ଧାଙ୍କୁ ପ୍ରେରଣା ଯୋଗାଇବା ପାଇଁ ଆଗେଇ ଆସନ୍ତୁ । କେବଳ ଦଳବର୍ଣ୍ଣ ନିର୍ବି ଶେଷରେ ନୁହେଁ ପ୍ରତିଟି ଓଡ଼ିଆ ଆସନ୍ତା ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟରେ ଆଦ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାଇବା । ସେମାନଙ୍କୁ ଉତ୍ସାହ ଏବଂ ଅଦୃଶ୍ୟ ଶତ୍ରୁ ସହ ଲଢ଼ିବା ପାଇଁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟ ।