କନକ ବ୍ୟୁରୋ: କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ହେଲା ମଞ୍ଜୁର । ଏହି ଟଙ୍କାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ ପାଇଁ ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପଣ୍ଡରୁ ଏହି ଟଙ୍କା କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ ଯୋଗାଇ ଦିଆଯିବ । ତେବେ ସହରରେ ସଂକ୍ରମଣ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମହାନଗର ନିଗମରେ ବଢୁଥିବା ସଂକ୍ରମଣକୁ ଦେଖି ମଧ୍ୟ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ଯେଉଁଥିରେ ସହରର କୋଭିଡ୍ ପରିଚାଳନା ସୁରୁଖୁରୁରେ ହେବ ବୋଲି କୁହାଯାଇଥିଲା ।
କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର । ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଏମଆରଏଫରୁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ସିଏମସି ଅଂଚଳରେ କରୋନା ସଂକ୍ରମଣକୁ ବୃଦ୍ଧିକୁ ଦୃଷ୍ଟିରେ ରଖି ଟଙ୍କା ମଞ୍ଜୁର । @CMCCuttack@Naveen_Odishapic.twitter.com/ZzhsEJwkwg
— Kanak News (@kanak_news) May 3, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/22-2.jpg)