ପିପିଲି ଓ ଡ଼େଲାଙ୍ଗବାସୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ : ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଦେବେ ୬୭କୋଟି ୬୮ଲକ୍ଷର ପ୍ୟାକେଜ

ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇପାରେ ପିପିଲି ଉପନିର୍ବାଚନ

80

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପ୍ରସ୍ତୁତି ନେଇ ବଢିଲା ସମ୍ଭାବନା । କାରଣ ଆଜି ପିପିଲି ଓ ଡେଲାଙ୍ଗ ଜନସାଧାରଣଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ସାଢେ ୧୧ଟାରେ ପିପିଲି ଓ ୧୨ଟାରେ ଡେଲାଙ୍ଗବାସୀଙ୍କ ସହ ନବୀନ ଚର୍ଚ୍ଚା କରିବା କାର୍ଯ୍ୟକ୍ରମ ରହିଛି ।

ତେବେ ପିପିଲି ଓ ଡେଲାଙ୍ଗ ଏନଏସରି ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ପ୍ରାୟ ୬୭ କୋଟି ୬୮ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପିପିଲି ଦାଣ୍ଡମୁକୁନ୍ଦପୁର ଓ ଡେଲାଙ୍ଗ ରେଞ୍ଜରେ ପ୍ରସ୍ତୁତି କରାଯାଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଛି ଏହି ବିଧାନସଭା କ୍ଷେତ୍ର । ମାର୍ଚ୍ଚ ପ୍ରଥମ ସପ୍ତାହରେ ଏଠାରେ ଉପନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି । ଏଭଳି ସ୍ଥିତିରେ ପିପିଲିରେ ଗଡରକ୍ଷା ପାଇଁ ବିଜେଡି ତାର ପ୍ରସ୍ତୁତିକୁ ଜୋରଦାର କରିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ପ୍ରତାପ ଦେବଙ୍କୁ ପିପିଲି ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।