କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ଘୋଷଣା କରିଛନ୍ତି । ନୀତିଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ୨୦୨୫ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ପଦ ଦୌଡରେ ସେ ନାହାନ୍ତି ।
ନୀତିଶଙ୍କ କହିବା କଥା ସମସ୍ତଙ୍କ ସହ ମିଳିତଭାବେ ସେ ବିଜେପିକୁ ହଟାଇବାକୁ ଚାହୁଁଛନ୍ତି । ମହାମେଣ୍ଟର ବୈଠକ ପରେ ନୀତିଶଙ୍କ ଏହି ବୟାନ ସାମ୍ନାକୁ ଆସିଥିଲା । କିଛି ଦିନ ପୂର୍ବରୁ ନୀତିଶ ଏନଡିଏ ମେଣ୍ଟ ଛାଡି ମହାମେଣ୍ଟରେ ସାମିଲ ହୋଇଥିଲେ । ଏହା ପରେ ବିହାର ରାଜନୀତିରେ ବଡ ପରିବର୍ତ୍ତନ ହୋଇଥିଲା । ଠିକ ସେହିପରି ନୀତିଶଙ୍କ ଏହି ଘୋଷଣା ପରେ ରାଜନୀତି ସରଗରମ ହୋଇଛି ।
ମଙ୍ଗଳବାର ବିହାର ବିଧାନ ପରିଷଦରେ ମହାମେଣ୍ଟଣ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ନୀତିଶ କହିଥିଲେ, ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବ । ମୁଁ ପ୍ରଧାନମନ୍ତ୍ରୀ ପଦପାଇଁ ଦାବିଦାର ନୁହେଁ । ଆମେ ସମସ୍ତେ ବିଜେପିକୁ ହଟାଇବାକୁ ଚାହୁଁଛୁ । ସେହିଭଳି ମଦ ବନ୍ଦ ପ୍ରସଙ୍ଗରେ ହେଉଥିବା ରାଜନୀତିକୁ ନେଇ ସେ ନାରାଜ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/5-15.jpg)