ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମଜିଏନଆରଇଜିଏରେ ୨୫ କୋଟି କାର୍ଯ୍ୟଦିବସ ଦେବାକୁ ଦାବି ।

Advertisment
ସମବାୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ବିଜେଡି ସୁପ୍ରିମୋ: ନିର୍ବାଚନକୁ ଗମ୍ଭୀରତାର ସହ ନେବାକୁ ପରାମର୍ଶ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏମଜିଏନଆରଇଜିଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ତେବେ ଏହି ଚିଠିରେ ନବୀନ କେନ୍ଦ୍ର ସରକାରଙ୍କ ଉପରେ ବକେୟା ଥିବା ୧୦୮୮.୭୨ କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି କାର୍ଯ୍ୟଦିବସ ଦେବାକୁ ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମ ଉନ୍ନୟନ ମନ୍ତ୍ରାଳୟ ସଠିକ୍ ସମୟରେ ଅର୍ଥ ମଞ୍ଜୁର କରୁ । ଏହାଫଳରେ ଶ୍ରମିକଙ୍କୁ ଠିକ୍ ସମୟରେ ପାରଶ୍ରମିକ ଦିଆଯାଇପାରିବ । ଗ୍ରାମାଞ୍ଚଳରେ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ରର ଉଦ୍ୟମ ପ୍ରଶଂସାଯୋଗ୍ୟ । କରୋନା ସମୟରେ ଏନଜିଏନଆରଇଜିଏର ଚାହିଦା ବଢୁଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe