କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏମଜିଏନଆରଇଜିଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ତେବେ ଏହି ଚିଠିରେ ନବୀନ କେନ୍ଦ୍ର ସରକାରଙ୍କ ଉପରେ ବକେୟା ଥିବା ୧୦୮୮.୭୨ କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି କାର୍ଯ୍ୟଦିବସ ଦେବାକୁ ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମ ଉନ୍ନୟନ ମନ୍ତ୍ରାଳୟ ସଠିକ୍ ସମୟରେ ଅର୍ଥ ମଞ୍ଜୁର କରୁ । ଏହାଫଳରେ ଶ୍ରମିକଙ୍କୁ ଠିକ୍ ସମୟରେ ପାରଶ୍ରମିକ ଦିଆଯାଇପାରିବ । ଗ୍ରାମାଞ୍ଚଳରେ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ରର ଉଦ୍ୟମ ପ୍ରଶଂସାଯୋଗ୍ୟ । କରୋନା ସମୟରେ ଏନଜିଏନଆରଇଜିଏର ଚାହିଦା ବଢୁଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଏମଜିଏନଆରଇଜିଏ ପ୍ରସଙ୍ଗରେ ଲେଖିଲେ ଚିଠି
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୫ କୋଟି କାର୍ଯ୍ୟଦିବସ ଦାବି
ଏମଜିଏନଆରଇଜିଏରେ ୧୦୮୮.୭୨ କୋଟି କେନ୍ଦ୍ର ଉପରେ ବକେୟା@Naveen_Odisha@narendramodi#KanakNewspic.twitter.com/G9b8JtNBQ2— Kanak News (@kanak_news) November 1, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/Bhubaneswar_Naveen-inaugurates-‘drink-from-tap-project-under-Sujal-Mission-for-Puri-residents-750x430-1.jpg)