ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଇସ୍ତଫା ପତ୍ର । ଦିନ ୧୧ଟା ୩୫ରେ ଯିବେ ରାଜଭବନ ।

Advertisment
 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଇସ୍ତଫା ପତ୍ର । ଦିନ ୧୧ଟା ୩୫ରେ ଯିବେ ରାଜଭବନ ।

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଆଶାତୀତ ପରିବର୍ତ୍ତନ ଦେଖାଯାଇଛି । ରାଜ୍ୟରେ ବିଜେପି ସ୍ପଷ୍ଟ ବହୁମତ ଆଣିବା ପରେ ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଦିନ ୧୧ଟା ୩୫ରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେବେ ଇସ୍ତଫା ପତ୍ର ।

ତେବେ ଏହାପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା । ଅନେକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା କରୁଥିବାବେଳେ ଆହୁରି ଅନେକ ଏହାକୁ ନେଇ କିଛି ବି ଆକଳନ କରିପାରୁନାହାଁନ୍ତି । କାରଣ ଏହା ପୂର୍ବରୁ ଅନ୍ୟ ରାଜ୍ୟ ମାନଙ୍କରେ ଏହାର ନଜିର ରହିଛି । ଯେଉଁମାନଙ୍କୁ ନେଇ ସରକାର ଗଢିବାର ଚର୍ଚ୍ଚା ହୁଏ ତାଙ୍କୁ ବାଦ ଦେଇ ବେଳେବେଳେ ନୂଆ ମୁହଁକୁ ଦେଖିବାକୁ ମିଳିଛି ତେଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ପତ୍ର ଦେବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe