କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଆଶାତୀତ ପରିବର୍ତ୍ତନ ଦେଖାଯାଇଛି । ରାଜ୍ୟରେ ବିଜେପି ସ୍ପଷ୍ଟ ବହୁମତ ଆଣିବା ପରେ ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ୧୧ଟା ୩୫ରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେବେ ଇସ୍ତଫା ପତ୍ର ।
ତେବେ ଏହାପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା । ଅନେକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା କରୁଥିବାବେଳେ ଆହୁରି ଅନେକ ଏହାକୁ ନେଇ କିଛି ବି ଆକଳନ କରିପାରୁନାହାଁନ୍ତି । କାରଣ ଏହା ପୂର୍ବରୁ ଅନ୍ୟ ରାଜ୍ୟ ମାନଙ୍କରେ ଏହାର ନଜିର ରହିଛି । ଯେଉଁମାନଙ୍କୁ ନେଇ ସରକାର ଗଢିବାର ଚର୍ଚ୍ଚା ହୁଏ ତାଙ୍କୁ ବାଦ ଦେଇ ବେଳେବେଳେ ନୂଆ ମୁହଁକୁ ଦେଖିବାକୁ ମିଳିଛି ତେଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ପତ୍ର ଦେବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/NAVEEN_THUMB.jpg)