କନକ ବ୍ୟୁରୋ: ପୁଣିଥରେ ହିଞ୍ଜିଳିରୁ ବିଧାନସଭା ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ବିଜେଡି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ, ଏଥର ପୁଣିଥରେ ନବୀନ ହିଞ୍ଜିଳିରୁ ନିର୍ବାଚନ ଲଢିବା ସ୍ପଷ୍ଟ ହେଇଛି । ତେବେ ହିଞ୍ଜିଳି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାରମ୍ପରିକ ଆସନ । ଲଗାତାର ଭାବେ ଏହି ଆସନରୁ ବିଜେଡି ସୁପ୍ରିମୋ ବିଧାନସଭାକୁ ନିର୍ବାଚିତ ହେଇ ଆସୁଛନ୍ତି ।
ଗତବର୍ଷ କେବଳ ନବୀନ ହିଞ୍ଜିଳି ସହିତ ବିଜେପୁରରୁ ପ୍ରାର୍ଥୀ ହେଇଥିଲେ । ହେଲେ ଦୁଇଟି ଯାକ ଆସନରୁ ବଡ ବ୍ୟବଧାନରେ ଜିତିବା ପରେ ନବୀନ ବିଜେପୁର ଆସନକୁ ଛାଡି ହିଞ୍ଜିଳି ଆସନରୁ ନିଜ ପାଖରେ ରଖିଥିଲେ । ଏହାପରେ ବିଜେପୁରରେ ଉପ ନିର୍ବାଚନ ଅନୁଷ୍ଠିତ ହେଇଥିଲା । ତେବେ ଗତ ବର୍ଷ ହିଞ୍ଜିଳି ବିଧାନସଭା ଆସନରେ ନବୀନ ବଡ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ହରାଇଥିଲେ । ଆଉ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଆଉ ଏଥର ପୁଣିଥରେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/08/1596106833_naveen-patnaik.webp)