ନବୀନଙ୍କ ଫୋକସରେ ନୂଆପଡ଼ା । ସମବିକାଶକୁ ଗୁରୁତ୍ୱ ଦେଉଥିବାରୁ ୪ହଜାର କୋଟିର ବିଭିନ୍ନ ପ୍ରକଳ୍ପ କଲେ ଉଦଘାଟନ ଓ ଶିଳାନ୍ୟାସ, ବହୁ ପ୍ରତିକ୍ଷୀତ ଲୋୟର ସୁକତେଲ ପ୍ରକଳ୍ପ ହେଲା ଶିଳାନ୍ୟାସ ।

116

କନକ ବ୍ୟୁରୋ:  ନୂଆପଡା ଖଡ଼ିଆଳ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ନୂଆପଡାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଛି । ସ୍ୱାଧୀନତା ସଂଗ୍ରାମରେ ମା’ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ନୂଆପଡାରେ ଶିଶୁ ମୃତ୍ୟୁହାର ବହୁତ କମିଛି । ମା’ ମାନଙ୍କ ଜୀବନ ବଞ୍ଚାଇବାରେ ନୂଆପଡା ବେଶ ବଡ ଭୂମିକା ଗ୍ରହଣ କରିଛି । ଏକହଜାରରୁ ଅଧିକ ଫ୍ଲୋରାଇଡ ପ୍ଲାଣ୍ଟ ଇନଷ୍ଟଲ କରାଯାଇଛି । ନୂଆପଡାରେ ୧ ଲକ୍ଷ ପରିବାର ପାଇପ ପାଣି ପିଉଛନ୍ତି । ମାଇଲ ମାଇଲ ଯାଇ ପାଣି ଆଣିବା ମୋତେ ବେଶ ଦୁଃଖ ଦେଇଥିଲା । ତେଣୁ ମୋର ଲକ୍ଷ୍ୟ ୨୦୨୨ ସୁଦ୍ଧା ସବୁ ପରିବାରକୁ ପାଇପ ପାଣି ମିଳିବ, ନୂଆପଡା ଆଜି ସବୁଜିମାରେ ପରିଣତ ହୋଇଛି । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ସାଇନ୍ସ ପାର୍କ ଖୋଲାଯିବ ।

କେବଳ ଏତିକି ନୁହେଁ, ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ସ୍ମାରକୀ କରାଯିବ । ୧୯୯୩ ରେ ବିଜୁବାବୁ ନୁଆପଡାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ ।  ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମା ର ସବୁଠାରୁ ସାନ ପିଲା । ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି , ମୁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି”  । ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି ।  

ଏବେ ମୁଁ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଆସିବି । ଏ ପ୍ରକଳ୍ପ ସାରା ରାଜ୍ୟ  ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉଛି । ଆପଣ ମାନଙ୍କ ତ୍ୟାଗ ପାଇଁ ନୂଆପଡା ର କୋମନା, ଖଡିଆଳ ଓ ବଲାଙ୍ଗିର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ର ୨୦୦ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ । ଆପଣ ଜାଣନ୍ତି ନୂଆପଡାରେ ୨୨୦ କୋଟି ଟଙ୍କାର ବୃହତ ଉଠା ଜଳସେଚନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାଦ୍ୱାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ  ଜମିକୁ ପାଣି ମିଳିପାରିବ । ଏଥିପାଇଁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଁ ଘୋଷଣା କରୁଛି । ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ।