କନକ ବ୍ୟୁରୋ: ଜୟପୁରରେ ପହଞ୍ଚିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ବିରାଟ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିବେ । କୋରାପୁଟ ଓଏମପି ପଡିଆରେ ହେଲିକପ୍ଟରରେ ଯାଇ ଅବତରରଣ କରିବା ପରେ ଜୟପୁରରେ ପହଞ୍ଚି ଜନସଭାରେ ଯୋଗ ଦେଇଛନ୍ତି ।
ଏହାପରେ ୧୧.୪୦ରେ ନବରଙ୍ଗପୁରରେ ପହଞ୍ଚି ନିର୍ବାଚନୀ ପ୍ରଚାର କରିବେ ନବୀନ । ଏହାପରେ ମିଟିଂ ସାରି ୧୨.୫୦ରୁ ୩ଟା ଯାଏଁ ପିଡବ୍ଲ୍ୟଡି ଗେଷ୍ଟ ହାଉସରେ ବିଶ୍ରାମ ନେବେ । ଏହାପରେ ୩.୪୦ରେ ରାୟଗଡା ବିଧାନସଭା କ୍ଷେତ୍ରରେ ମଧ୍ୟ ଏକ ସାଧାରଣ ସଭାରେ ଯୋଗ ଦେବେ । ଶେଷରେ ଅପରାହ୍ନ ୫ଟାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ପ୍ରଚାର କରିବାର କାର୍ୟ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/9-3.jpg)