ସୁନାପୁଅ ପ୍ରମୋଦ ଭଗତଙ୍କୁ ମିଳିଲା ୬ କୋଟି । ଗ୍ରୁପ ‘ଏ’ ସ୍ତରର ଚାକିରି ବି ଦେଲେ ରାଜ୍ୟ ସରକାର ।

Advertisment
ସୁନାପୁଅ ପ୍ରମୋଦ ଭଗତଙ୍କୁ ମିଳିଲା ୬ କୋଟି । ଗ୍ରୁପ ‘ଏ’ ସ୍ତରର ଚାକିରି ବି ଦେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: ପ୍ରମୋଦଙ୍କୁ ମିଳିଲା ୬ କୋଟି । ଟୋକିଓ ପାରାଲିମ୍ପିକ୍ସରୁ ସୁନା ନେଇ ଫେରିବା ପରେ ପ୍ରମୋଦ ଭଗତଙ୍କୁ ୬ କୋଟି ପ୍ରଦାନ । ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରି ୬ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ହକି ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କାର ରାଶି ପ୍ରଦାନ କରାଗଲା । ପୁରସ୍କାର ସହ ତାଙ୍କୁ ଗ୍ରୁପ ଏ ସ୍ତରର ଚାକିରି ବି ମିଳିଲା ।

ତେବେ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ତୁମର ଉଲ୍ଲେଖନୀୟ ସଫଳତା ପାଇଁ ତୁମକୁ ଉତ୍ସାହିତ କରିବା ମୋତେ ବହୁତ ଆନନ୍ଦ ଦେଇଥାଏ । ତୁମର ବିଜୟ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା ଏବଂ ସବୁଦିନ ପାଇଁ ରହିବ । ଆଗାମୀ ଯାତ୍ରାରେ ଆମେ ଆପଣଙ୍କୁ ସମର୍ଥନ ଜାରି ରଖିବୁ। ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପରେ ତାଙ୍କର ଅଲିମ୍ପିକ୍ ଯାତ୍ରାରେ ନିରନ୍ତର ସମର୍ଥନ ଏବଂ ପ୍ରେରଣା ପାଇଁ ପ୍ରମୋଦ ଭାଗତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତେବେ ପ୍ରମୋଦ ଭଗତ ପ୍ରେସମିଟରେ ନିଜ ସଙ୍ଘର୍ଷର କାହାଣୀ ବଖାଣିଛନ୍ତି । ସୁନା ପାିଁ କେତେ ସଙ୍ଘର୍ଷ କିବାକୁ ପଡିଛି ତାହା କହିଛନ୍ତି ପ୍ରମୋଦ । ସୁନା ଜିତିବା ପାଇଁ ମୋ ମନରେ ଝଡ ଉଠୁଥିଲା, ପଦକ ଜିତିବା ପରେ ଶାନ୍ତ ହେଲା । ଅଲିମ୍ପିକ୍ସ ଯାଏଁ ଯାତ୍ରା ବହୁ କଷ୍ଟକର ଥିଲା । ଆଗାମୀ ଦିନରେ ଓଡିଶାରେ ପାରା ଆଥଲେଟଙ୍କ ପାଇଁ ସରକାର ସୁବିଧା କରନ୍ତୁ । ସବୁ ଷ୍ଟାଡିୟମରେ ପାରା ଆଥଲେଟଙ୍କ ପାଇଁ ସୁବିଧା ହେଉ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe