ବିଶିଷ୍ଟ ବୈଜ୍ଞାନିକ ଏରିକ ଜ୍ୟାକମେନଙ୍କୁ ୟୁନେସ୍କୋ କଳିଙ୍ଗ ପୁରସ୍କାର । ୨୦୧୭ ବର୍ଷ ପାଇଁ ମିଳିଲା ସମ୍ମାନ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

164

କନକ ବ୍ୟୁରୋ : କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ବୈଜ୍ଞାନିକ ଏରିକ ଜ୍ୟାକମେନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ଅଡିଟୋରିୟମ ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରିକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ୨୦୧୭ ମସିହା ପାଇଁ ୟୁନେଷ୍କୋ କଳିଙ୍ଗ ପୁରଷ୍କାର ବିଜେତା ହୋଇଛନ୍ତି ଏରିକ ଜ୍ୟାକମେନ ।

ବିଜ୍ଞାନ ଓ ପ୍ରଜୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଏରିକଙ୍କୁ ଏହି ସମ୍ମାନ ମିଳିଛି । ପ୍ରକାଶ ଥାଉ କି ୧୯୫୧ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏହି କଳିଙ୍ଗ ପୁରଷ୍କାରର ପ୍ରତିଷ୍ଠା କରିଥିଲେ ଓ ପରେ ଏହି ପୁରଷ୍କାରର ନାମ ପରିବର୍ତନ ହୋଇ ୟୁନେଷ୍କୋ କଳିଙ୍ଗ ସମ୍ମାନ ନାମରେ ପ୍ରଚଳିତ ହୋଇଆସୁଛି । ଯେଉଁ ଯେଉଁ ବ୍ୟକ୍ତି ମାନେ ଏହି ସମ୍ମାନ ଲାଭ କରିଥାନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥାନ୍ତି ।