କନକ ବ୍ୟୁରୋ : ମୟୂରଭଞ୍ଜରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦା ଛଉ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସ୍ୱାସ୍ଥ୍ୟ ଇତିହାସରେ ଆରମ୍ଭ ହୋଇଛି ନୂଆ ଯୁଗ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ଏକ ମାଇଲଖୁଂଟ । ଏହି ଯୋଜନା ମାଧ୍ୟମରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇପାରିବେ ।
ଏହା ସହ ଜିଲ୍ଲାର ଚାରିଟି ଉପଖଣ୍ଡ ବାରିପଦା, କପ୍ତିପଦା, ପାଂଚପିଢ଼ି, ବମାନଘାଟି ସମେତ ୨୬ଟି ବ୍ଲକ ପାଇଁ ୨ ହଜାର ୪ ଶହ ୮୪ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଅନେକ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ । ଜିଲ୍ଲାର ୬ଲକ୍ଷ ୧୨ ହଜାର ୩୧୦ ପରିବାରକୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯିବ । ଏହା ମଧ୍ୟାମରେ ୨୧ ଲକ୍ଷ ୩୮ ହଜାର ୯୪୧ ହିତାଧିକାରୀ ସାମିଲ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି କାର୍ଡ ବଂଟନ ପ୍ରକ୍ରିୟା ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ।
ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାନୀୟ ଜଳ ପାଇଁ ୭୦ କୋଟି, ଚାଷୀଙ୍କୁ ଜଳଯୋଗାଣ ପାଇଁ ୫୬ କୋଟିରୁ ଅଧିକ, ସ୍ବାସ୍ଥ୍ୟ ସେବା ପାଇଁ ୧୩କୋଟି ୭୮ ଲକ୍ଷ, ଗମନାଗମନ ପାଇଁ ୯୮କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ରହିଛି । ସେହିପରି ନୂତନ ପ୍ରକଳ୍ପ ମଧ୍ୟରେ ଜଳ ଯୋଗାଣ ନିମନ୍ତେ ସର୍ବାଧିକ ୨୦୫୫ କୋଟି ୩୪ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ସ୍ବାସ୍ଥ୍ୟସେବା ପାଇଁ ୨୪ କୋଟି, ରାସ୍ତା ଘାଟ ପାଇଁ ୨୩କୋଟି ୩୧ ଲକ୍ଷ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ପାଇଁ ୧୬କୋଟି ୯୪ ଲକ୍ଷର ଯୋଜନା ରହିଛି ।
ମୁଖ୍ୟମନ୍ତ୍ରୀ ବାରିପଦାରୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଜିଲ୍ଲାର ୬ ଲକ୍ଷ ୧୨ହଜାର ୩୧୦ ପରିବାରକୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରାଯିବ । ଏହା ମଧ୍ୟରେ ୨୧ ଲକ୍ଷ ୩୮ହଜାର ୯୪୧ ହିତାଧିକାରୀ ସାମିଲ ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ବିଜେଡି ପାଇଁ ଉତ୍ସାହ ଆଣିଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।