ସମ୍ବଲପୁର ଓ ସତ୍ୟବାଦୀ ଦୁର୍ଘଟଣା ପାଇଁ କ୍ଷତିପୂରଣ ଘୋଷଣା ! ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

29

କନକ ବ୍ୟୁରୋ: ସମ୍ବଲପୁର ଓ ସତ୍ୟବାଦୀ ଦୁର୍ଘଟଣା ପାଇଁ କ୍ଷତିପୂରଣ ଘୋଷଣା । ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ନବୀନ । ଗୁରୁତର ଆହତଙ୍କୁ ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ସୋମବାର ଦିନ ଶବ ଦାହ କରି ପୁରୀରୁ ଫେରିବାବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେଥିରେ ୬ଜଣ ଲୋକ ପ୍ରାଣ ହରାଇଥିଲେ ଓ ୪ଜଣ ଲୋକ ଆହତ ହୋଇଥିଲେ । ସେହିପରି ଗତକାଲି ରାତିରେ ସମ୍ବଲପୁରରୁ ରାଇରଙ୍ଗପୁର ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୨ଜଣ ଆହତ ହୋଇଥିଲେ ।