ପେଟ୍ରୋଲ ପମ୍ପ ଦୁର୍ଘଟଣା : ଆହତ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

166

କନକ ବ୍ୟୁରୋ : ପେଟ୍ରୋଲ ପମ୍ପ ବିସ୍ପୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ । ତେବେ ଗଭର୍ଣ୍ଣର ହାଉସ ପାଖ ଇଣ୍ଡିଆନ ପେଟ୍ରୋଲ ପମ୍ପରେ ଲାଗିଛି ନିଆଁ । ଟାଙ୍କିରେ ହଠାତ ନିଆଁ ଲାଗିଯିବାରୁ ବିସ୍ଫୋରଣ ହୋଇଥିବା ନେଇ ମିଳିଛି ସୂଚନା  ।

ବିସ୍ଫୋରଣ ମାତ୍ରା ଅତେ ତୀବ୍ର ଥିଲା ଯେ, ସ୍ଥାନୀୟ  ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା ।  ତେବେ ଟାଙ୍କି ଖାଲି କରାଯିବା ପ୍ରାଥମିକତା । ନିଆଁ ଲାଗିଥିବା ଟାଙ୍କିରେ ଆଉ କିଛି ଗ୍ୟାସ ରହିଯାଇଥିବା ଆଶଙ୍କା ରହିଛି । ତେବେ ଏହାର ଅଗ୍ନିଶମ ବିଭାଗ ଯାଂଚ କରୁଛି । ଅନ୍ୟ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ଖାଲି କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟ  ବିସ୍ପୋରଣ ଏଡାଇବାକୁ ଅନ୍ୟ ଟାଙ୍କିରୁ ତେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ପୋଲିସ କମିଶନର ।