କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରରୁ ପୁରୀ ଯାଏଁ ସର୍ଭିସ ରୋଡ୍ ହେବ । ବର୍ତ୍ତମାନ ୪ ଲେନ୍ ବିଶିଷ୍ଟ ଥିବା ଏହି ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ । ଏଥିପାଇଁ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ।  ଅନ୍ୟପଟେ ଚଣ୍ଡିଖୋଲରୁ ବଡବିଲ ପର୍ୟ୍ୟନ୍ତ ଥିବା ରାସ୍ତାକୁ ମଧ୍ୟ ୮ ଲେନ୍ ବିଶିଷ୍ଟ କରାଯିବ । ସେହିପରି ଖୋର୍ଦ୍ଧା-ନୟାଗଡ ରାସ୍ତାକୁ ୪ ଲେନ୍ ବିଶିଷ୍ଟ, କେସିଙ୍ଗା-ଜୁନାଗଡ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ କେନ୍ଦ୍ରୀୟ ସଡକ ଓ ଭିତ୍ତିଭୂମି ପାଣ୍ଠି ମିଳିଛି । ଏହାବାଦ୍ ସେତୁବନ୍ଧ ଯୋଜନାରେ ମଧ୍ୟ ଓଡିଶାକୁ ୨୫୦ କୋଟି ଟଙ୍କା ଅନୁଦାନ ମିଳିଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।