ଆଜି ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାତ୍ମା ଗାନ୍ଧୀ ଏବଂ ବାଜପେୟୀଙ୍କ ସମାଧିସ୍ଥଳରେ ଦେବେ ପୁଷ୍ପମାଲ୍ୟ ।

96

କନକ ବ୍ୟୁରୋ: ଆଜି ଦିଲ୍ଲୀସ୍ଥିତ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମୁଖ୍ୟମନ୍ତ୍ରୀ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବେ । ସକାଳ ୯ଟାରେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ଦିନ ୧୧ଟାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଦିନ ୧ଟାରେ ତ୍ୟାଗରାଜ ନଗରରେ ଥିବା ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ସଂଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଯୋଗଦେବେ ।