କନକବ୍ୟୁରୋ: ଲୋକଙ୍କ ମୁଖ୍ୟମନ୍ତ୍ରୀ,ଲୋକଙ୍କ ଗହଣରେ ମୋହନ ମାଝି । ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ଇଏ ହେଉଛି କେନ୍ଦୁଝର ପୁଅକୁ ଜିଲ୍ଲାବାସୀଙ୍କ ଭବ୍ୟ ସ୍ୱାଗତ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲାଗି କେନ୍ଦୁଝର ଆସିଥିଲେ ମୋହନ ମାଝି । ଭୁବନେଶ୍ୱରରୁ ଘଟଗାଁରେ ପଂହଚିବା ପରେ ଜୋରସୋରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ କେନ୍ଦୁଝରବାସୀ । ଚାଲି ଚାଲି ଯାଇ ବ୍ୟାରିକେଡ୍ ପାଖରେ ଥିବା ଲୋକଙ୍କୁ ଭେଟିଥିଲେ ମୋହନ ମାଝି । ଘଟଗାଁରେ ରୋଡ ଶୋ କରି ତାରିଣୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ପୀଠର ଉନ୍ନତି ପାଇଁ ଆଉ ୫୦ କୋଟିି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ପୀଠର ଉନ୍ନତି ପାଇଁ ତତକାଳୀନ ବିଜେଡି ସରକାର ୫୦ କୋଟି ଦେଇଥିଲେ ।

Advertisment

ତାରିଣୀ ପୀଠକୁ ଜାତୀୟ ମାନ୍ୟତା ଦେବାକୁ କେନ୍ଦ୍ରକୁ ଅନୁରୋଧ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ ପରେ ବାହାରେ ଥିବା ଏକ ଦୋକାନରୁ ନଡ଼ିଆ କୋରା, ଉଖୁଡା ଓ ମାଆଙ୍କ ଏକ ଫଟୋଚିତ୍ର କିଣିଥିଲେ ମୋହନ ଚରଣ ମାଝୀ । ଖୋଦ୍ ମୁଖ୍ୟମନ୍ତ୍ରୀ ଦୋକାନରୁ କୋରା କିଣିବା ନେଇ ବେଶ୍ ଖୁସି ହୋଇଛନ୍ତି ଦୋକାନୀ । ଘଟଗାଁ ପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ବଳଦେବଜୀଉଙ୍କୁ ବି ଦର୍ଶନ କରିଛନ୍ତି । କେନ୍ଦୁଝରରେ ରୋଡ ଶୋ ସହ ସାଧାରଣ ସଭାରେ ଯୋଗଦେଇଥିଲେ ମୋହନ ମାଝି । ରୋଡ ଶୋ ବେଳେ ଉଭୟ ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀ କାଲି ନିଜ ଗାଁ ରାଇକଳା ଯିବେ । ଆଉ ଝୁମ୍ପୁରାରେ ଏକ ସାଧାରଣ ସଭାରେ ଯୋଗଦେବେ । ଏଥିପାଇଁ ରାଇକଳାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ୧୯୭୨ ମସିହାରେ ଏହି ରାଇକାଳରେ ନେଇଥିଲେ ମୋହନ ମାଝି । ଆଉ ଝୁମ୍ପୁରା ହାଇସ୍କୁଲରେ ପାଠ ପଢିଥିଲୋ