ଆଜି ଅର୍ଥ ବିଭାଗର ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ । ବଜେଟ ପ୍ରସ୍ତୁତି ନେଇ ଅର୍ଥ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ କରିବେ ଆଲୋଚନା ।

158

କନକ ବ୍ୟୁରୋ: ଆଜି ଅର୍ଥ ବିଭାଗର ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ୍ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଅର୍ଥ ସଚିବ ଓ ବିଭାଗର ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ନିର୍ବାଚନ ପୂର୍ବରୁ ପୂର୍ବ ସରକାର କାମଚଳା ବଜେଟ୍ ଆଣିଥିଲେ । ଜୁଲାଇ ମାସ ପର୍ଯ୍ୟନ୍ତ ୪ ମାସ ପାଇଁ କାମଚଳା ବଜେଟ୍ ଆସିଥିଲା । ଏଥର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅର୍ଥମନ୍ତ୍ରାଳୟ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ବଜେଟ୍ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ବୈଠକ ହେବ । ବିଜେପି ସରକାରକୁ ଆସିବା ପୂର୍ବରୁ ଅନେକ ପ୍ରସ୍ତୁତି ଦେଇଥିଲା ।

ବିଜେପି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଓ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବା ନେଇ ନିଷ୍ପତି ହୋଇଥିଲା । ତେଣୁ ଏଥର ପୂର୍ଣ୍ଣାଙ୍ଗ ବଜେଟ୍ରେ ଏସବୁ ଯୋଜନା ନେଇ ବ୍ୟୟବରାଦ ହୋଇପାରେ ।