କନକ ବ୍ୟୁରୋ: ଆଜିଠାରୁ ନିଶା ମୁକ୍ତି ଅଭିଯାନ। ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ପିନ୍ଧାଇ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଆମ ଓଡିଶା, ସମ୍ବାଦ ଗ୍ରୁପ୍ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସାମିଲ ହୋଇଛନ୍ତି ଯୁବବର୍ଗ।

Advertisment

ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଆରମ୍ଭ ହୋଇଛି ନିଶା ମୁକ୍ତି ଅଭିଯାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ପିନ୍ଧାଇ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏଭଳି କାର୍ୟ୍ୟକ୍ରମ ଯୁବପିଢ଼ିକୁ ନିଶାଠାରୁ ଦୂରେଇ ରହିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି ସୌମ୍ୟରଞ୍ଜନ।

ନିଶା ନିବାରଣ ପାଇଁ ଆମ ଓଡିଶା, ସମ୍ବାଦ ଗ୍ରୁପ୍ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସାମିଲ ହୋଇଛନ୍ତି ଯୁବାବର୍ଗ। ଉତ୍କଳ ବିଶ୍ୱବିଦ୍ୟାଳୟର ଅହିଂସା ସ୍ଥଳରେ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଛାତ୍ରଙ୍କୁ ରାକ୍ଷୀ ପିନ୍ଧାଇ ନିଶାଠାରୁ ଦୂରେଇ ରହିବାକୁ ସଂକଳ୍ପ କରାଇଛନ୍ତି। ସେହିପରି ସମ୍ବାଦ ଗ୍ରୁପ୍ ପକ୍ଷରୁ ଆରମ୍ଭ ହୋଇଥିବା ଏହି ନିଶା ନିବାରଣ ଅଭିଯାନ କଟକ, କୋରାପୁଟ ଜୟପାଟଣା, ଜଗତସିଂହପୁର, ଜଳେଶ୍ବର, ଭଞ୍ଜନଗର, ରାୟଗଡା, ଯାଜପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି।

ସମାଜକୁ ନିଶାମୁକ୍ତ କରିବା ପାଇଁ ରାକ୍ଷୀ ପୂର୍ଣ୍ଣିମା ଅବସରେ ଭାଇକୁ ଭଉଣୀ ରାକ୍ଷୀ ବାନ୍ଧି ବ୍ରତ ପାଳନ କରିବାକୁ ଆହ୍ବାନ ଦେଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।