କନକ ବ୍ୟୁରୋ: ଅନେକ ଭିଡିଓକୁ ବେଆଇନ ଭାବେ ଏଡିଟିଂ କରି ସୋସିଆଲ୍ ମିଡିଆରେ ଭାଇରାଲ କରାଯାଉଥିବା ଆପଣ ଦେଖିଥିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ଏଡିଟିଂ କରି ଭାଇରାଲ କରାଯାଉଛି । ଅଲଟିମେଣ୍ଟ ଖୋଖୋ ମ୍ୟାଚ୍ ଦେଖି ମୁଖ୍ୟମନ୍ତ୍ରୀ ତାଳି ମାରୁଥିଲେ । କିନ୍ତୁ ମିଛ ଭିଡିଓରେ ଖୋଖୋ ବଦଳରେ ରହିଛି ବନ୍ୟାଞ୍ଚଳର ଦୃଶ୍ୟ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଖପ୍ପା ହୋଇଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଏହାକୁ ନିନ୍ଦା କରିଛନ୍ତି । ଏଭଳି ମିଛ ଭିଡିଓ ପୋଷ୍ଟ କରିବା ନିନ୍ଦନୀୟ କାର୍ଯ୍ୟ ବୋଲି କହିଛନ୍ତି । ତା ସହିତ ଏହାର ତଦନ୍ତ ପାଇଁ ସେ ଦାବି କରିଛନ୍ତି ।